Below header

କ୍ରୀଡ଼ା ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡ଼ିଲେ ରାଜ୍ୟ ସରକାର, ବାର୍ଷିକ ଅନୁଦାନ ରାଶି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

କ୍ରୀଡ଼ା ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡ଼ିଲେ ରାଜ୍ୟ ସରକାର । ରାଜ୍ୟ ଓ ଜିଲ୍ଲା କ୍ରୀଡ଼ା ସଂଘ ପାଇଁ ଅନୁଦାନ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜରିଆରେ ଏହି ଘୋଷଣା କରାଯାଇଛି । ଯାହା ୨୦୨୩-୨୪ ବର୍ଷରୁ ଲାଗୁ ହେବ ।

ଭୁବନେଶ୍ୱର (କେନ୍ୟୁଜ): କ୍ରୀଡ଼ା ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡ଼ିଲେ ରାଜ୍ୟ ସରକାର । ରାଜ୍ୟ ଓ ଜିଲ୍ଲା କ୍ରୀଡ଼ା ସଂଘ ପାଇଁ ଅନୁଦାନ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜରିଆରେ ଏହି ଘୋଷଣା କରାଯାଇଛି । ଯାହା ୨୦୨୩-୨୪ ବର୍ଷରୁ ଲାଗୁ ହେବ । ଏଥିପାଇଁ ୪ଟି ଗ୍ରୁପ୍ ‘ଏ, ବି, ସି ଓ ଡି’ କରାଯାଇଛି । ‘ଏ’ ଗ୍ରୁପ୍ ଯଥା ଆଥଲେଟିକ୍ସ, ହକି, ଭାରୋତ୍ତୋଳନ, ତୀରନ୍ଦାଜୀ, ଫୁଟବଲ, କ୍ରିକେଟ, ବ୍ୟାଡ଼ମିଟନ ଆଦି ରାଜ୍ୟ କ୍ରୀଡ଼ା ସଙ୍ଘ ଲାଗି ବାର୍ଷିକ ଅନୁଦାନ ରାଶି ୬ ଲକ୍ଷ ଟଙ୍କାରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସେହିଭଳି ‘ବି’ ଗ୍ରୁପ୍ ଯଥା ବାସ୍କେଟବଲ, ବକ୍ସି, ଚେସ, ସାଇକେଲିଂ, ଜିମନାଷ୍ଟିକ୍ସ, ଜୁଡୋ, କାବାଡ଼ି, ଖୋ-ଖୋ, କରାଟେ-ଡୋ, ସ୍ବିମିଙ୍ଗ ଟେନିସ, ଟେବୁଲ ଟେନିସ, ଟାଇକୋଣ୍ଡୋ, ଭଲ୍ଲିବଲ, କୁସ୍ତି ଏବଂ ରଗବି ରାଜ୍ୟ କ୍ରୀଡ଼ା ସଙ୍ଘ ଲାଗି ଲାଗି ଅନୁଦାନ ରାଶିକୁ ୪ଲକ୍ଷରୁ ୮ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ‘ସି’ ଗ୍ରୁପ୍ ଯଥା କାଇକିଂ- କାନୋଇଂ, ହ୍ୟାଣ୍ଡ ବଲ, ରାଇଫଳ ସୁଟିଂ, ରୋଇଂ,ସିପକ ଟାକରେ, ସଫ୍ଟ ବଲ, ଉସୁ, ୟେଚିଂ ( ସେଲିଂ) ଏବଂ ଫେନସିଂ କ୍ରୀଡାର ରାଜ୍ୟ କ୍ରୀଡ଼ା ସଙ୍ଘ ଲାଗି ଅନୁଦାନ ରାଶି ୧.୫ ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ‘ଡି’ ଗ୍ରୁପ୍ ଯଥା ବଲ ବ୍ୟାଡ଼ମିଣ୍ଟନ, ବଡ଼ି ବିଲଡିଂ, ରୋଲର ସ୍କେଟିଂ, ନେଟ ବଲ, ଟେନି କଏଟ, ପାୱାର ଥ୍ରୋ, ଥ୍ରୋ ବଲ ଏବଂ ପିଡବ୍ଲୁ ଡି କ୍ରୀଡ଼ା ରାଜ୍ୟ କ୍ରୀଡ଼ା ସଙ୍ଘ ଲାଗି ଅନୁଦାନକୁ ୩ଲକ୍ଷ କରାଯାଇଛି ।

ସେହିପରି ୨୦ ଟି ବ୍ଲକ ଥିବା ଜିଲ୍ଲାର କ୍ରୀଡ଼ା ସଙ୍ଘ ଲାଗି ଅନୁଦାନ ରାଶିକୁ ୨ ଲକ୍ଷରୁ ୪ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ୧୫ ରୁ ୨୦ ବ୍ଲକଥିବା ଜିଲ୍ଲା କ୍ରୀଡ଼ା ସଙ୍ଘର ଅନୁଦାନ ରାଶି ୧.୫ ଲକ୍ଷ ଟଙ୍କାରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରା ଯାଇଛି । ୧୦ ରୁ ୧୪ ବ୍ଲକ ଥିବା ଜିଲ୍ଲା କ୍ରୀଡ଼ା ସଙ୍ଘର ଅନୁଦାନ ରାଶିକୁ ୧ ଲକ୍ଷ ଟଙ୍କାରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୧୦ ରୁ କମ ବ୍ଲକ ଥିବା ଜିଲ୍ଲା କ୍ରୀଡ଼ା ସଙ୍ଘର ଅନୁଦାନ ରାଶିକୁ ୭୫ ହଜାର ଟଙ୍କାରୁ ୧.୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।ଏଥି ସହିତ ରାଜ୍ୟ କ୍ରୀଡ଼ା ତାଲିକା ବାହାରେ ଥିବା ଅନ୍ୟ କ୍ରୀଡ଼ା ଯେଉଁମାନେ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ଥିବେ ସଭିଙ୍କୁ ‘ଘ’ ବର୍ଗ ଅନୁସାରେ ବାର୍ଷିକ ୩ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦନ କରାଯିବ ।

ଏହା ବ୍ୟତୀତ କ୍ରୀଡ଼ା ସଙ୍ଘ ଗୁଡ଼ିକ ଲାଗି ଥିବା ସ୍ୱତନ୍ତ୍ର ଅନୁଦାନ ରାଶିର ଧାର୍ଯ୍ୟ ସୀମାକୁ କ୍ରୀଡ଼ା ବିଭାଗ ପକ୍ଷରୁ ଉଛେଦ କରାଯାଇଛି । ଆବଶ୍ୟକତା କୁ ଉପଲବ୍ଧି କରି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅନୁଦାନ ରାଶି ସ୍ଥିର କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।  ଫଳରେ କ୍ରୀଡା ସଂଘ ଗୁଡି଼କ ପୂର୍ବ ଅପେକ୍ଷା ଅଧିକ ସହାୟତା ରାଶି ପାଇ ପାରିବେ ।

ଏଠାରେ ସୂଚନା ଯୋଗ୍ୟକି 5T ତଥା ନବୀନ ଓଡ଼ିଶାର ଅଧକ୍ଷ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ଲୋକଙ୍କ ଅଭିଯୋଗ ସଂଗ୍ରହ ସମୟରେ କ୍ରୀଡ଼ା ସଂଗଠନ ମାନେ ଅନୁଦାନ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.