ଜେଲ୍ ଭିତରେ ହତ୍ୟା ଅଭିଯୁକ୍ତର ଲାଇଭ ଭିଡିଓ: କହିଲା ସ୍ୱର୍ଗରେ ଥାଇ ମଜା ନେଉଛି, ଖୁବ ଶୀଘ୍ର ବାହାରୁଛି..

ହତ୍ୟା ଅଭିଯୁକ୍ତ ଜଣକ ଜେଲରେ ଥାଇ ସ୍ୱର୍ଗ ସୁଖ ପାଉଥିବା କଥା କହିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଉତ୍ତରପ୍ରଦେଶ: ସ୍ୱର୍ଗରେ ଅଛି ସ୍ୱର୍ଗରେ, ସ୍ୱର୍ଗରେ ଥାଇ ମଜା ନେଉଛି, ଖୁବ ଶୀଘ୍ର ବାହାରକୁ ଆସୁଛି, ଚିନ୍ତା କରିବାର ଆବଶ୍ୟକତା ନାହିଁ …. ଏମିତି କଥା କିଏ କହିପାରିବ । ହୁଏତ ଯିଏ ବହୁତ ଖୁସିରେ ଥିବ ନହେଲେ ବିଳାଶପୂର୍ଣ୍ଣ ପରିବେଶରେ ଖୁବ୍ ମଜା ନେଉଥିବ। ଠିକ୍ କହିଲି ନା । ତେବେ ଏଇ ଭିଡିଓରେ ଥିବା ଯୁବକ ଜଣକ ଏମିତି କଥା କହୁଛନ୍ତି ମାନେ ସେ କୌଣସି ଏକ ଭଲ ସ୍ଥାନକୁ ବୋଧେ ବୁଲିବାକୁ ଯାଇଛନ୍ତି ଆଉ ବହୁତ ମଜା ନେଉଛନ୍ତି ।

ଆଉ ସେଠାରୁ ଖୁବ୍ ଶୀଘ୍ର ଘରକୁ ଫେରିବେ ବୋଲି ଇଷ୍ଟାଗ୍ରାମରେ ଲାଇଭ୍ ଭିଡିଓ କରି କହୁଛନ୍ତି । ହେଲେ ଯାହା ସବୁ ଆମେ ଭାବୁଛେ ସେ ସବୁ ଭୁଲ୍ । ଯୁବକ ଜଣଙ୍କ ଆଉ କୁଆଡେ ନୁହେଁ ବରଂ ଜେଲରେ ଥାଇ ଇନଷ୍ଟାଗ୍ରାମରେ ଲାଇଭ ଆସିକି ଏଭଳି କଥା କହିଛି । ତେବେ ଯାହା ପଡିଛି ଯୁବକ ଜଣକ କୁଆଡେ ଜଣେ ହତ୍ୟା ଅଭିଯୁକ୍ତ।

ଆଉ ଏଇ ହତ୍ୟା ଅଭିଯୁକ୍ତ ଜଣକ ଜେଲରେ ସ୍ୱର୍ଗ ସୁଖ ପାଉଥିବା ବି କହିଛି । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଜେଲରେ ଥାଇ ଫୋନ ବ୍ୟବହାର କରିବା ସହିତ ଜଣେ ଜେଲରେ ଥାଇ କିପରି ଏତେ ଖୁସି ହୋଇପାରେ ସେହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଠିଛି । ଯାହା ସୂଚନା ମିଳିଛି, ଉତ୍ତରପ୍ରଦେଶର ବରେଲି ସେଣ୍ଟ୍ରାଲ ଜେଲର ଏହି ଭିଡିଓ ଏବେ ମୋବାଇଲ୍ ମୋବାଇଲକୁ ଘୂରି ବୁଲୁଛି ।

ହତ୍ୟା ଅଭିଯୁକ୍ତ ଜଣକ ଜେଲ ଭିତରେ ଥାଇ ସୋସିଆଲ ମଡିଆରେ ଲାଇଭ ଆସିଥିଲା । ଆଉ ସେହି ଲାଇଭ ଭିଡିଓର ୨ମିନିଟର କ୍ଲିପ୍ ଏବେ ସାମ୍ନାକୁ ଆସିଛି । ହତ୍ୟା ଅଭିଯୁକ୍ତ ଜଣକର ନା ଆସିଫ୍ ବୋଲି କୁହାଯାଉଛି । ତେବେ ଏହି ଲାଇଭ ଭିଡିଓରେ ସେ ସ୍ୱର୍ଗରେ ଥାଇ ମଜା ନେଉଛି କହିବା ସହିତ ଖୁବଶୀଘ୍ର ଜେଲରୁ ବାହାରକୁ ବାହାରିବ ବୋଲି କହିଛି ।

ଯାହା ସୂଚନା ମିଳିଛି କି, ୨୦୧୯ ଡିସେମ୍ୱର ୨ ରେ ଦିଲ୍ଲୀର ସଦର ବଜାର ପୋଲିସ ଷ୍ଚେସନ ଅଂଚଳର ଶାହାଜାହାନପୁରରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଏହି ହତ୍ୟାକାଣ୍ଡରେ PWD କଣ୍ଟ୍ରାକ୍ଟର ରାକେଶ ଯାଦବଙ୍କୁ ଦିନ ଦ୍ୱିପ୍ରହରେ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଆସିଫ ଗିରଫ ହୋଇଥିଲା । ଏହି ଘଟଣାର ଅନ୍ୟ ଅଭିଯୁକ୍ତ ରାହୁଲ ଚୌଧୁରୀ ମଧ୍ୟ ବରେଲି ସେଣ୍ଟ୍ରାଲ ଜେଲରେ ସଜା କାଟୁଛି ।

ତେବେ ମୃତ ରାକେଶ ଯାଦବଙ୍କ ଭାଇ ଜିଲ୍ଲା ମାଜିଷ୍ଟ୍ରେଟ୍ ଉମେଶ ପ୍ରତାପ ସିଂଙ୍କୁ ଭେଟି ଭାଇରାଲ୍ ଭିଡିଓ ଦେଖାଇବା ସହ ଅଭିଯୋଗ କରିଛନ୍ତି । ଆସିଫକୁ ଜେଲରେ ଭିଆଇପି ସୁବିଧା ଦିଆଯାଉଛି, ଏଥିସହ ତାଙ୍କ ଭାଇଙ୍କୁ ହତ୍ୟା କରିବା ପାଇଁ ଆସିଫ ଏବଂ ରାହୁଲ ଚୌଧୁରୀ ମେରଟରୁ ଆସିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ଏପଟେ ଏହି ଭିଡିଓ ଦେଖିବା ପରେ ଘଟଣାର ତଦନ୍ତ ଚାଲିଥିବାବେଳେ ଯିଏ ଦୋଷୀ ସାବ୍ୟସ୍ତ ହେବ ତା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡେପୁଟି ଇନ୍ସପେକ୍ଟର ଜେନେରାଲ୍ କୁନ୍ତଲ କିଶୋର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.