WPL 2024 : ଫାଇନାଲରେ ଆରସିବି ପହଞ୍ଚିବା ପରେ ଫ୍ୟାନ୍ସ ମେଟ୍ରୋ ଭିତରେ ଚିଲାଇଲେ RCB-RCB

ମହିଳା ପ୍ରିମିୟମ ଲିଗ୍ ମୁକାବିଲାରେ ପ୍ରଥମ କରି ଫାଇନାଲରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନରେ ହରାଇ ଫାଇନାଲରେ ଆରସିବି ପହଞ୍ଚିଛି । ଆସନ୍ତା ରବିବାର ଫାଇନାଲରେ ଆରସିବି ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ।

ମହିଳା ପ୍ରିମିୟମ ଲିଗ୍ ମୁକାବିଲାରେ ପ୍ରଥମ କରି ଫାଇନାଲରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅତି ରୋମାଞ୍ଚକ ଭାବେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନରେ ହରାଇ ଫାଇନାଲରେ ଆରସିବି ପହଞ୍ଚିଛି । ଗତକାଲି ଅରୁଣ ଜେଟଲି ଷ୍ଟାଡିୟମରେ ଖେଳା ଯାଇଥିବା ଏଲିମିନେଟର ମୁକାବିଲାରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଆରସିବି ଅଧିନାୟକ ସ୍ମୃତି ମନ୍ଧାନା । ଆଉ ଆରସିବି ଫାଇନାଲରେ ପହଞ୍ଚିବା ନେଇ ଫ୍ୟାନ୍ସ ଅନେକ ଖୁସି ରହିଛନ୍ତି ।

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି କି, ମେଟ୍ରୋ ଭିତରେ ଅନେକ ଲୋକ RCB-RCB ବୋଲି ନାରା ଦେଉଛନ୍ତି । ଭିଡିଓରେ ଆରସିବି ଛଡା ଷ୍ଟାର ଅଲରାଉଣ୍ଡର ଏଲିସ ପେରୀଙ୍କ ନାରା ମଧ୍ୟ ଲଗାଉଛନ୍ତି ।

ମୁମ୍ବାଇ ବିପକ୍ଷରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ନିର୍ଦ୍ଧାରିତ ଓଭର ମଧ୍ୟରେ ଦଳ ୬ ୱିକେଟ୍ ହରାଇ ୧୩୪ ରନରେ ସୀମିତ ରହିଥିଲା । ୧୩୫ ରନର ଟାର୍ଗେଟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ ମଧ୍ୟ ୧୩୦ ରନ କରିପାରିଥିଲା । ଫଳରେ ଦଳ ଟାଇଟଲ୍ ଦୌଡରୁ ବାଦ୍ ପଡିଯାଇଛି । ଆସନ୍ତା ରବିବାର ଫାଇନାଲରେ ଆରସିବି ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.