ରିଲିଜ୍‌ ହେଲେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଯୋଦ୍ଧା’, ଜାଣନ୍ତୁ ଫାଷ୍ଟ ଡେ ରେ କଲା କେତେ କଲେକ୍ସନ୍‌

ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ’ଯୋଦ୍ଧା’ ମାର୍ଚ୍ଚ ୧୫ ରେ ସିନେମା ହଲ୍‌ରେ ରିଲିଜ୍‌ ହୋଇଛି । ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସରେ ବହୁତ ଭଲ ରୋଜଗାର କରିଛି । ତେବେ ଫିଲ୍ମଟିକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି ।

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଥ୍ରୀଲର ଫିଲ୍ମ ’ଯୋଦ୍ଧା’ ମାର୍ଚ୍ଚ ୧୫ ରେ ସିନେମା ହଲ୍‌ରେ ରିଲିଜ୍‌ ହୋଇଛି । ତେବେ ସୋସିଆଲ ମିଡିଆରେ ଫିଲ୍ମ ‘ଯୋଦ୍ଧା’ ହଇଚଇ ସୃଷ୍ଟି କରିଛି । ଏହା ସହ ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସରେ ବହୁତ ଭଲ ରୋଜଗାର କରିଛି । ତେବେ ଅନୁମାନ କରାଯାଉଛି କରଣ ଜୋହରଙ୍କ ଦ୍ୱାରା ନିର୍ମିତ ସିଦ୍ଧାର୍ଥ ମଲହୋତ୍ରା ଅଭିନୀତ ଫିଲ୍ମ ‘ଯୋଦ୍ଧା’ ଅପ୍‌କମିଂ ଦିନମାନଙ୍କରେ ଭଲ କଲେକ୍ସନ୍‌ କରିପାରେ ।

ସୂଚନା ମୁତାବକ, ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଯୋଦ୍ଧା’ ପ୍ରଥମ ଦିନରେ ୩.୯୮ କୋଟି ଟଙ୍କା ରୋଜଗାର କରିଛି । ତେବେ ଏହି ଆୟ ହୋଇଛି ବୋଲି ଆକଳନ କରାଯାଉଛି, କିନ୍ତୁ ପ୍ରକୃତ ଆକଳନ ଏହାଠାରୁ ଭିନ୍ନ ହୋଇପାରେ । ତେବେ ଫିଲ୍ମଟିକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି । ଖବର ଅନୁଯାୟୀ, ଅଷ୍ଟମ ଦିନରେ ଅଜୟ ଦେବଗନ୍ ଏବଂ ଆର ମାଧବନଙ୍କ ଫିଲ୍ମ ‘ସୈତାନ’ର ଆୟ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମର ଫାଷ୍ଟ ଦିନଠାରୁ ଅଧିକ ହୋଇଛି । ତେବେ ଫିଲ୍ମ ‘ସୈତାନ’ ଶୁକ୍ରବାର ଦିନ ୪.୬୧ କୋଟି ଟଙ୍କା ରୋଜଗାର କରିଛି । ଏହି କଲେକ୍ସନ୍‌ ପରେ, ଭାରତୀୟ ବକ୍ସ ଅଫିସରେ ଫିଲ୍ମ ‘ସୈତାନ’ର ଟୋଟାଲ କଲେକ୍ସନ୍‌ ୮୪.୩୬ କୋଟି ହୋଇଛି ।

ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ’ଯୋଦ୍ଧା’ ସିନେମା ହଲକୁ ଆସିବା ପରେ ଫିଲ୍ମକୁ ନେଇ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ଲୋକମାନେ ସିଦ୍ଧାର୍ଥ ମଲହୋତ୍ରାଙ୍କ କାର୍ଯ୍ୟକୁ ବହୁତ ପ୍ରଶଂସା କରୁଛନ୍ତି । କେବଳ ଏତିକି ନୁହେଁ, ଲୋକମାନେ ଫିଲ୍ମ ‘ଯୋଦ୍ଧା’ କୁ ‘ଶେରସାହ’ ସହିତ ତୁଳନା କରୁୂଛନ୍ତି । ଏଭଳି ପରିସ୍ଥିତିରେ ନିର୍ମାତାମାନେ ଅପ୍‌କମିଂ ଡେ ରେ ଫିଲ୍ମ ‘ଯୋଦ୍ଧା’ର ଭଲ ସଫଳତା ପାଇଁ ଆଶା ରଖିଛନ୍ତି । ତେବେ କିଛି ଦିନ ପୂର୍ବରୁ ଫିଲ୍ମ ‘ଯୋଦ୍ଧା’ର ପୋଷ୍ଟାର, ଟିଜର ଓ ଟ୍ରେଲର ରିଲିଜ୍‌ ହୋଇଥିଲା, ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିଥିଲେ । ଏବେ ଦେଖିବାରେ ଅଛି ଅପ୍‌କମିଂ ଡେ ମାନଙ୍କରେ ଏହି ଫିଲ୍ମଟି କେତେ କଲେକ୍ସନ୍‌ କରୁଛି । ଏହା ସହ ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଭୂମିକାକୁ ଦର୍ଶକ କେବେ ଭଲ ପାଇବା ଦେଉଛନ୍ତି, ତାହା ମଧ୍ୟ ଦେଖିବାରେ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.