ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମିଳିଲା ଜାମିନ, ଏପ୍ରିଲ ୧ରେ ହେବ ଆଗାମୀ ଶୁଣାଣି

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ତାଙ୍କୁ ୧୫ହଜାର ଟଙ୍କାର ବେଲ୍ ବଣ୍ଡ ଓ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଛି । ଏହି ମାମଲାରେ ଆଗାମୀ ଶୁଣାଣି ଏପ୍ରିଲ ୧ରେ ହେବ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିଛି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ତାଙ୍କୁ ୧୫ହଜାର ଟଙ୍କାର ବେଲ୍ ବଣ୍ଡ ଓ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଛି । ଏହି ମାମଲାରେ ଆଗାମୀ ଶୁଣାଣି ଏପ୍ରିଲ ୧ରେ ହେବ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡିର ଦୁଇଟି ଅଭିଯୋଗ ଉପରେ କେଜ୍ରିଓ୍ଵାଲଙ୍କୁ ସମନ ହୋଇଥିଲା । ଏହାପରେ ଆଜି ସେ କୋର୍ଟରେ ହାଜର ହୋଇଥିଲେ । ଏହି ଦୁଇଟି ମାମଲାରେ ତାଙ୍କୁ ୩୦ହଜାର ଟଙ୍କା ଏବଂ ନିଜ ମୁଚାଲିକା ଏବଂ ୨ ଲକ୍ଷ ସିକ୍ୟୁରିଟି ବଣ୍ଡ ଦେବାକୁ ହେବ । ଦିଲ୍ଲୀର ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ପ୍ରଶ୍ନ କରିବାକୁ ଚାହୁଁଥିବା ଇଡି କୋର୍ଟ ତାଙ୍କୁ ଡକାଇଥିଲା । ଏହାପୂର୍ବରୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡିର ଏକାଧିକ ସମନକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏଡ଼ାଇ ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.