Below header

ବାହାଘର ଭୋଜି ଖାଇବାକୁ ଯାଇ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାହାଘର ଭୋଜି ଖାଇବାକୁ ଯାଇ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ।

ପାଟଣାଗଡ଼ (କେନ୍ୟୁଜ): ବାହାଘର ଭୋଜି ଖାଇବାକୁ ଯାଇ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ।  ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର । ଲରମ୍ଭା ଥାନା ଫଟାମୁଣ୍ଡା ଗାଁର ଉଜ୍ୱଳ ବରିହା ୭ ତାରିଖରେ ଖୁଣ୍ଟସମଲାଇ ଗାଁକୁ ସାଙ୍ଗମାନଙ୍କ ସହ ବାହାଘର ଭୋଜିଖାଇବାକୁ ଯାଇ ଘରକୁ ଫେରିନଥିଲେ ।  ପରିବାର ଲୋକ ବହୁ ଖୋଜାଖୋଜି କରିବାପରେ ଲରମ୍ଭା ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ । ଆଜି ସକାଳୁ ଫଟାମୁଣ୍ଡା ଗାଁର ଗୋପୀନାଥ ସାହୁଙ୍କ ବାଡ଼ିପଟ ଚୁଆରେ ମୃତଦେହ ମିଳିଥିଲା ।  ଅଗ୍ନିଶମ ବାହିନୀ ଲରମ୍ଭା ପୋଲିସ ସହାୟତାରେ ମୃତଦେହ ବାହାର କରିଛି ।

ସେପଟେ ବାହାଘର ଭୋଜି ଖାଇବାକୁ ଯାଇଥିବା ସାଙ୍ଗ ମାନଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।  ଅଭିଯୋଗକୁ ଉଜ୍ବଳଙ୍କ ସାଙ୍ଗମାନେ ଖଣ୍ଡନ କରିଥିବା ବେଳେ ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ ଜାରି ରଖିଛନ୍ତି ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.