ପୋଖରୀରେ ଫସିଗଲେ ନାଗାଲାଣ୍ଡର ମନ୍ତ୍ରୀ ତେମଜେନ ଇମ୍ନା, ମଜାଳିଆ ଢଙ୍ଗରେ କହିଲେ, ‘ଏହା JCBର ଟେଷ୍ଟ୍ ଥିଲା’
ନାଗାଲାଣ୍ଡର ପର୍ଯ୍ୟଟନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତେମଜେନ ଇମ୍ନା ଆଲଙ୍ଗ୍ ନିଜର ଭିଡିଓ ଏବଂ ମଜାଳିଆ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓକୁ ଆଲଙ୍ଗ୍ ନିଜେ ନିଜର ‘X’ ଆକାଉଣ୍ଟରେ ସେୟାର କରିଛନ୍ତି ।

ନାଗାଲାଣ୍ଡର ପର୍ଯ୍ୟଟନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତେମଜେନ ଇମ୍ନା ଆଲଙ୍ଗ୍ ନିଜର ଭିଡିଓ ଏବଂ ମଜାଳିଆ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓକୁ ଆଲଙ୍ଗ୍ ନିଜେ ନିଜର ‘X’ ଆକାଉଣ୍ଟରେ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ପୋଖରୀରେ ଫସି ଯାଇଥିବା ନଜର ଆସୁଛନ୍ତି ।
ଏଠାରେ ଲୋକମାନଙ୍କ ସହାୟତାରେ ତାଙ୍କୁ ପୋଖରୀରୁ ବାହାର କରାଯାଇଥିଲା ଏବଂ ସେ କୌଣସି ବି ପ୍ରକାରେ ରାସ୍ତା ଉପରକୁ ଉଠିକି ଆସିଥିଲେ । ଭିିଡିଓରେ ମନ୍ତ୍ରୀ କହୁଛନ୍ତି, ‘ଆଜି ମୁଁ ହିଁ ସବୁଠୁ ବଡ଼ ମାଛ…ମୁଁ ତ ଭାବିଥିଲି ପାଣିରେ ଏତେ ବଡ଼ ମାଛ ନ ଥିବ…’ । ପୋଖରୀରୁ ବାହାରିବା ପରେ ସେ ସାଥୀମାନଙ୍କୁ ପଚାରୁଛନ୍ତି, ‘ମୋ ଚେୟାର କେଉଁଠି? ଆଜି ମୁଁ ମାଛ ହୋଇଯାଇଥିଲି’ ।
ଆଲଙ୍ଗ୍ ନାଗାଲାଣ୍ଡ ବିଜେପିର ରାଜ୍ୟ ଅଧ୍ୟକ୍ଷ ଥିଲେ । ବର୍ତ୍ତମାନ ସେ ରାଜ୍ୟ ସରକାରରେ ପର୍ଯ୍ୟଟନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅଛନ୍ତି । ଭିଡିଓକୁ ନିଜ ‘X’ ଆକାଉଣ୍ଟରେ ପୋଷ୍ଟ କରି ସେ ମଜାଳିଆ ଢଙ୍ଗରେ ଲେଖିଛନ୍ତି, ‘ଆଜି ଜେସିବିର ଟେଷ୍ଟ୍ ଥିଲା । ନୋଟ୍: ଏ ସବୁ ଏନ୍ସିଏପି ରେଟିଂକୁ ନେଇ ରହିଛି, ଗାଡ଼ି କିଣିବା ପୂର୍ବରୁ ଏନ୍ସିଏପି ରେଟିଂ ନିଶ୍ଚୟ ଦେଖନ୍ତୁ, କାରଣ, ଏହା ଆପଣଙ୍କ ଜୀବନର କଥା’ ।
ଏହି ଭିଡିଓରେ ଲୋକମାନେ ଖୁବ୍ କମେଣ୍ଟ ଦେବାରେ ଲାଗିଛନ୍ତି । ଜଣେ ଲେଖିଛନ୍ତି, ‘ଆପଣ ବହୁତ ହୃଦୟବାନ୍ ମଣିଷ । ଏମିତି ହସୁ ଥାଆନ୍ତୁ ଏବଂ ହସ ଖେଳାଇ ଚାଲନ୍ତୁ, ଆଶୀର୍ବାଦ ଆପଣଙ୍କ ଉପରେ ଥାଉ’ । ଆଉ ଜଣେ ଲେଖିଛନ୍ତି, ‘ସବୁଠାରୁ ନମ୍ର ଓ ମଜାଳିଆ ମଣିଷ’ । ଏହିପରି ଜଣେ ବ୍ୟକ୍ତି ଲେଖିଛନ୍ତି, ‘ଜଣେ ସାଧାରଣ ଲୋକ ଭଳି ଆନନ୍ଦ ନେଉଛନ୍ତି’ । ଏହି ଭିଡିଓକୁ ୧୦,୦୦୦ରୁ ଅଧିକ ଲାଇକ୍ସ ମିଳିଛି ।
Aaj JCB ka Test tha !
Note: It’s all about NCAP Rating, Gadi Kharidney Se Pehley NCAP Rating Jarur Dekhe.
Kyunki Yeh Aapke Jaan Ka Mamla Hain !! pic.twitter.com/DydgI92we2
— Temjen Imna Along (@AlongImna) February 10, 2024