ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡ ଘୋଟାଲାରେ ED ରେଡ୍ ; ୪୩.୪୮ଲକ୍ଷ ନଗଦ କ୍ୟାସ ଜବତ
୯୦୦ କୋଟିର ଠକେଇ କରିଥିବା ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ କାର୍ଯ୍ୟାଳୟ ଉପରେ ଶୁକ୍ରବାର ସକାଳୁ ହୋଇଥିବା ରେଡ୍ ଆଜି ଭୋରରୁ ସରିଛି। ରେଡ୍ ବେଳେ ପ୍ରାୟ ୧ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ୱର (କେନ୍ୟୁଜ): ୯୦୦ କୋଟିର ଠକେଇ କରିଥିବା ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ କାର୍ଯ୍ୟାଳୟ ଉପରେ ଶୁକ୍ରବାର ସକାଳୁ ହୋଇଥିବା ରେଡ୍ ଆଜି ଭୋରରୁ ସରିଛି। ରେଡ୍ ବେଳେ ପ୍ରାୟ ୧ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଏହି ମାମଲାରେ ୪୩.୪୮ଲକ୍ଷ ନଗଦ କ୍ୟାସ ଓ ୬୪.୨୨ବ୍ୟାଙ୍କ ଡିପୋଜିଟ ସହ ଏକ ଫର୍ଚୁନର ଗାଡ଼ି ଜବତ କରିଛି ଯାହାର ମୂଲ୍ୟ ୩୫ଲକ୍ଷ ହେବ। ସେହିଭଳି ୧୫୦୦ ଏକର ଜମିର କାଗଜ ପତ୍ର ମଧ୍ୟ ଜବତ କରିଛି। କିଛି ଗୁରୁତ୍ଵ ପୁର୍ଣ୍ଣ ଡିଜିଟାଲ ପ୍ରମାଣ ମଧ୍ୟ ପାଇଛି।
ଆଗକୁ ଏହାର ପରିମାଣ ବଢ଼ିବା ସମ୍ଭାବନା ରହିଛି। ଭୁବନେଶ୍ୱର, ଛତ୍ରପୁର, ଦିଗପହଣ୍ଡି ପଞ୍ଜାବ, ଚଣ୍ଡିଗଡ ସମେତ ୨୦ଟି ସ୍ଥାନରେ ଚଢ଼ଉ କରିଥିଲା ଇଡି ଟିମ୍ । ସଂସ୍ଥାର ନିର୍ଦ୍ଦେଶକ, ମ୍ୟାନେଜର ସମେତ କିଛି କର୍ମକର୍ତ୍ତାଙ୍କ ଘରେ ବି ଚଢ଼ଉ କରିଛନ୍ତି ତଦନ୍ତକାରୀ ଦଳ। ଏହି ଚିଟଫଣ୍ଡ ସଂସ୍ଥା ଲୋଭନୀୟ ସ୍କିମ୍ ଦେଖାଇ ଲୋକଙ୍କୁ ଟଙ୍କା ଠକେଇ କରିଛି। ଦିଲ୍ଲୀଠାରେ କମ୍ପାନୀର ପଞ୍ଜିକୃତ ଅଫିସ ରହିଛି। ପ୍ରକାଶ ଯେ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ୍ ୭ ଜାନୁୟାରୀ ୧୯୯୮ରେ ଦିଲ୍ଲୀରେ ପଞ୍ଜିକୃତ ହୋଇଥିଲା ।