ବରଯାତ୍ରୀ ବେଶରେ ଆସିଲେ କନିଆଁକୁ ଅଭିନନ୍ଦନ ଦେଲେ ତାପରେ ଟଙ୍କା ସୁନା ଲୁଟିଲେ ଲୁଟେରା

ହଁ ଆଜ୍ଞା ଯଦି ଆପଣ ରାଜଧାନୀରେ ରହୁଛନ୍ତି ଆଉ ନିକଟରେ ଆପଣଙ୍କର ବାହାଘର ଅଛି ତାହେଲେ ସାବଧାନ ରୁହନ୍ତୁ ।

ଯଦି ନିକଟରେ ଆପଣଙ୍କ ବାହାଘର ଅଛି ତାହେଲେ ବେଶ୍‌ ସତର୍କରେ ରୁହନ୍ତୁ । ନଚେତ ଆପଣ ବି ହୋଇପାରନ୍ତି ଏମିତି ଲୁଟର ଶିକାର । ଭଲ ସାର୍ଟ ପ୍ୟାଣ୍ଟ ପିନ୍ଧି ଆସିବେ, ବିବାହ ଭୋଜି ଖାଇବେ ଆଉ ଆପଣଙ୍କ ପାଖରେ ବି ବସିବେ । ତାପରେ ଅତି ନିକଟରୁ ହିଁ ଆପଣଙ୍କ ଠାରୁ ଟଙ୍କା ବ୍ୟାଗ୍‌ ମନିପର୍ସ ଓ ଜିିନିଷ ଧରି ଚାଲିଯିବେ । ହଁ ଆଜ୍ଞା ଯଦି ଆପଣ ରାଜଧାନୀରେ ରହୁଛନ୍ତି ଆଉ ନିକଟରେ ଆପଣଙ୍କର ବାହାଘର ଅଛି ତାହେଲେ ସାବଧାନ ରୁହନ୍ତୁ ।

କାହିଁକିନା ରାଜଧାନୀରେ ମାତିଛନ୍ତି ବାହାଘର ଲୁଟେରା । ଲୁଟ କରିବାର ନୂଆ ନୂଆ ତରିକା ଆପଣାଉନ୍ତି । ଏବେ ଏହି ଲୁଟେରାଙ୍କ ଟାର୍ଗେଟର ଅଛି ରାଜଧାନୀର ବଡ଼ ବଡ଼ ମଣ୍ଡପ । ଏଠାରେ ଆୟୋଜିତ ହେଉଥିବା ବାହାଘର ଭୋଜିକୁ ଯାଉଛନ୍ତି । ବରଯାତ୍ରୀରେ ଆସି ଗହଳିର ସୁଯୋଗ ଦେଖି କନିଆକୁ ମିଳିଥିବା ଉପହାର ଓ ଟଙ୍କା ଖାମ୍ ଲୁଟି ନେଇ ଫେରାର ହେଉଛନ୍ତି ।

ରାଜଧାନୀରେ ବାହାଘର ମଣ୍ଡପରେ ମାତିଲେ ଲୁଟେରା । ବାହାଘର ଭୋଜିରେ ଗହଳିର ସୁଯୋଗ ନେଇ ଲୁଟି ନେଇଗଲେ ଗିଫ୍ଟ ଆଇଟମ ସହ ଟଙ୍କା ଖାମ୍ । ବରଯାତ୍ରୀ ବେଶରେ ଆସି ଝିଅ ପକ୍ଷକୁ ମିଳିଥିବା ଗିଫ୍ଟ ଆଇଟମ ସହ ଟଙ୍କା ନେଇ ଚମ୍ପଟ ମାରିଲେ ଲୁଟେରା ।

ବଡଗଡ ଥାନା ଅଞ୍ଚଳରେ ଥିବା ଏକ ମଣ୍ଡପରେ ଝିଅ ବାହାଘର ଚାଲିଥିବା ବେଳେ ପାଖାପାଖି ୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଚୋରି ବେଳର ଦୃଶ୍ୟ ବାହାଘର ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଅନ୍ୟପଟେ ଗତ କିଛିଦିନ ହେବ ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ ଜାରି ରହିଛି ।

ଖାସ କରି ଆପାର୍ଟମେଣ୍ଟକୁ ଟାର୍ଗେଟ କରୁଛନ୍ତି ଲୁଟେରା । ରାଜଧାନୀରେ ଆପାର୍ଟମେଣ୍ଟରେ ରହିବା ସଉକ ଏବେ ଲୋକଙ୍କୁ ମହଙ୍ଗା ପଡ଼ିଛି । କାରଣ ଆପାର୍ଟମେଣ୍ଟର ସମସ୍ତ ସିକ୍ୟୁରିଟି ବ୍ୟବସ୍ଥା ଏବଂ ପୋଲିସକୁ ଚାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଲୁଟପାଟ୍ କରୁଛନ୍ତି ଲୁଟେରା । ଆପାର୍ଟମେଣ୍ଟରେ ବାରମ୍ବାର ଚାଲିଛି ଲୁଟେରାଙ୍କ ଆତଙ୍କରାଜ୍ । ନନଷ୍ଟପ୍ ଚୋରି କରୁଛନ୍ତି ଆଉ କଳାକନା ବୁଲାଉଛନ୍ତି । ନା ପୋଲିସକୁ ଖାତିର କରୁଛନ୍ତି ନା ସିସିଟିଭି ଲାଗି ବି କିଛି ଫରକ ପଡୁଛି ।

ଆପାର୍ଟମେଣ୍ଟରେ ପଶି ଲୁଟେରାଙ୍କ ଏଭଳି ଆତଙ୍କରାଜ ରାଜଧାନୀରେ ନୂଆ ନୁହେଁ । ତେବେ ବର୍ତ୍ତମାନ ବିବାହ ମଣ୍ତପକୁ ମଧ୍ୟ ଟାର୍ଗେଟ କରିବା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଗତ କିଛି ମାସ ହେଲା ଚାଲିଛି ଏହି ଲୁଟତରାଜ ଟ୍ରେଣ୍ଡ । ପୋଲିସର ନିଦ ହଜାଇଥିବା ଏହି ଲୁଟେରାଙ୍କୁ ଧରିବାକୁ ପୋଲିସ ପ୍ଲାନ ପରେ ପ୍ଲାନ ଖଞ୍ଜିଚାଲିଛି । ଦେଖାଯାଉ କେତେ ସଫଳ ଏଥିରେ ହେଉଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.