INDIA ମେଣ୍ଟକୁ ପୁଣି ଝଟ୍‌କା ! ଅରବିନ୍ଦ କେଜ୍ରିଓ୍ଵାଲ ପଞ୍ଜାବର ସମସ୍ତ ଆସନରେ ପ୍ରାର୍ଥୀ ଛିଡ଼ା କରିବାକୁ କଲେ ଘୋଷଣା

ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି ଇଣ୍ଡିଆ ମେଣ୍ଟଠାରୁ ଅଲଗା ହୋଇ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମଧ୍ୟ ଏହି ଅଟକଳ ଉପରେ ମୋହର ମାରିଛନ୍ତି ।

ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି ଇଣ୍ଡିଆ ମେଣ୍ଟଠାରୁ ଅଲଗା ହୋଇ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମଧ୍ୟ ଏହି ଅଟକଳ ଉପରେ ମୋହର ମାରିଛନ୍ତି । ରାଜ୍ୟ ଗସ୍ତ ସମୟରେ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ ପଞ୍ଜାବର ୧୩ ଏବଂ ଚଣ୍ଡୀଗଡ଼ର ଗୋଟିଏ ଲୋକସଭା ଆସନରେ ପ୍ରାର୍ଥୀ ଛିଡ଼ା କରାଇବ ।

ଲୋକସଭା ନିର୍ବାଚନ ପୂର୍ବରୁ ଆପ୍‌ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ଲଗାତାର ପଞ୍ଜାବ ଗସ୍ତ କରୁଛନ୍ତି । ଶନିବାର ପଞ୍ଜାବର ଖନ୍ନାରେ ଭାଷଣ ଦେବା ସମୟରେ ସିଏମ୍‌ କେଜ୍ରିଓ୍ଵାଲ ଘୋଷଣା କରିଛନ୍ତି, ଆମ୍‌ ଆଦ୍‌ମୀ ପାର୍ଟି ଆଗାମୀ ୧୫ ଦିନ ମଧ୍ୟରେ ପଞ୍ଜାବର ୧୩ ଏବଂ ଚଣ୍ଡୀଗଡ଼ର ଗୋଟିଏ ଆସନ ସମେତ ୧୪ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିବ ।

ନିଜ ଭାଷଣରେ କେଜ୍ରିଓ୍ଵାଲ କହିଥିଲେ ଯେ ଆଜକୁ ୨ ବର୍ଷ ତଳେ ଆପଣ ଆମକୁ ବହୁତ ବଡ଼ ଆଶୀର୍ବାଦ ଦେଇଥିଲେ ଏବଂ ପଞ୍ଜାବରେ ୧୧୭ ମଧ୍ୟରୁ ୯୨ଟି ଆସନ ଜିତାଇଥିଲେ । ଆଜି ଆପଣଙ୍କୁ ମୁଁ ହାତ ଯୋଡ଼ି ଆଉ ଏକ ଆଶୀର୍ବାଦ ମାଗିବାକୁ ଆସିଛି । ୨ ମାସ ପରେ ଲୋକସଭା ନିର୍ବାଚନ ହେବ । ଲୋକସଭା ପାଇଁ ପଞ୍ଜାବରେ ୧୩ ଏବଂ ଚଣ୍ଡୀଗଡ଼ରେ ଗୋଟିଏ ଆସନ ରହିଛି । ଆସନ୍ତା ୧୫ ଦିନ ମଧ୍ୟରେ ଦଳ ଏହି ୧୪ଟି ଆସନରେ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.