ସ୍ୱାମୀ ସାଜିଲା ସୈତାନ, ପାରିବାରିକ କଳହ ଯୋଗୁ ସ୍ତ୍ରୀ ପିଟିପିଟି କଲା ହତ୍ୟା

ପାରିବାରିକ କଳହ ନେଲା ସ୍ତ୍ରୀର ଜୀବନ । ଏପରି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଘଟିଛି ବାରିପଦା ଟାଉନ ଥାନା ଅଧିନ କାଳିକାପୁର ଅଞ୍ଚଳର ମହାନ୍ତ ସାହିରେ।

ମୟୂରଭଞ୍ଜ (କେନ୍ୟୁଜ): ପାରିବାରିକ କଳହ ନେଲା ସ୍ତ୍ରୀର ଜୀବନ । ଏପରି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଘଟିଛି ବାରିପଦା ଟାଉନ ଥାନା ଅଧିନ କାଳିକାପୁର ଅଞ୍ଚଳର ମହାନ୍ତ ସାହିରେ ।

ସୂଚନା ଅନୁଯାୟୀ, ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳିକାପୁର ମହାନ୍ତ ସାହିରେ ବାପି ବିନ୍ଧାଣୀ ତାଙ୍କ ସ୍ତ୍ରୀ ମାଇନା କିସ୍କୁ ପିଟିପିଟି ହତ୍ୟା କରିଛି । ଅଭିଯୁକ୍ତ ବାପି ବିନ୍ଧାଣୀକୁ ବାରିପଦା ଟାଉନ ଥାନା ପୋଲିସ ଅଟକ ରଖୀ ପଚରା ଉଚରା ଜାରି ରଖିଛି। ଗତକାଲି ରାତିରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ସ୍ୱାମୀ ବାପି ବିନ୍ଧାଣୀ ରାଗରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ମାଇନା କିସ୍କୁକୁ ପିଟି ଚାଲିଥିଲା । ମାଡ଼ ସହ୍ୟ ନକରିପାରି ଚିତ୍କାର କରିଥିଲା ମାଇନା । ମାଡ କରଣରୁ ଚେତା ଶୂନ୍ୟ ହୋଇ ପଡ଼ିଥିଲା ।

ଏନେଇ ପାଖ ପଡୋଶୀ ଲୋକମାନେ ବାରିପଦା ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଇନାକୁ ଉଦ୍ଧାର କରିଥିଲେ । ପରେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ସ୍ୱାମୀ ବାପି ବିନ୍ଧାଣୀକୁ ଗିରଫ କରିଛି । ବାରିପଦା ଟାଉନ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀକୁ ପଚରାଉଚରା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.