Below header

ଜଣେ ବ୍ୟକ୍ତି ପ୍ରତିଦିନ କେତେ ଘଣ୍ଟା ଶୋଇବା ଉଚିତ ? ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

ବର୍ତ୍ତମାନ ଲୋକମାନେ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ଜାଗ୍ରତ ରହିବାର ଅଭ୍ୟାସ କରୁଛନ୍ତି । ଯାହା ସ୍ୱାସ୍ଥ୍ୟ ଉପରେ ସବୁଠାରୁ ଖରାପ ପ୍ରଭାବ ପକାଇଥାଏ । ନିଦ ଅଭାବରୁ ଶରୀର ଅନେକ ରୋଗର ଶିକାର ହୁଏ । ସେଥିପାଇଁ ସଂପୂର୍ଣ୍ଣ ନିଦ ଏବଂ ଠିକ୍ ସମୟରେ ଶୋଇବା ଅତ୍ୟନ୍ତ ଜରୁରୀ । ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ ।

ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ଲୋକଙ୍କ ଶୋଇବାରେ ବହୁତ ଅସୁବିଧା ହେଉଛି । ଏପରି ଭାବେ ଲୋକମାନେ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ଜାଗ୍ରତ ରହିବାର ଅଭ୍ୟାସ କରୁଛନ୍ତି । ଯାହା ସ୍ୱାସ୍ଥ୍ୟ ଉପରେ ସବୁଠାରୁ ଖରାପ ପ୍ରଭାବ ପକାଇଥାଏ । ନିଦ ଅଭାବରୁ ଶରୀର ଅନେକ ରୋଗର ଶିକାର ହୁଏ । ସେଥିପାଇଁ ସଂପୂର୍ଣ୍ଣ ନିଦ ଏବଂ ଠିକ୍ ସମୟରେ ଶୋଇବା ଅତ୍ୟନ୍ତ ଜରୁରୀ । ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ । ତାହେଲେ ଆସନ୍ତୁ ଆଜି ଆପଣଙ୍କୁ ଶୋଇବାର ଉପଯୁକ୍ତ ସମୟ ବିଷୟରେ କହିବୁ । ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଜାଣନ୍ତୁ କେଉଁ ସମୟରେ ଶୋଇବେ ଏବଂ ଉଠିବେ :
ବୈଜ୍ଞାନିକଙ୍କ ରିସର୍ଚ୍ଚ ଅନୁଯାୟୀ, ଆପଣଙ୍କ ଶୋଇବା ଏବଂ ଉଠିବା ସମୟ ଆପଣଙ୍କ ନିଦକୁ ପ୍ରଭାବିତ କରିଥାଏ । ବାସ୍ତବରେ ଅନ୍ଧାର ହେବା ମାତ୍ରେ ଆପଣଙ୍କ ଶରୀର ଏବଂ ମନ ଧୀର ହେବା ଆରମ୍ଭ କରେ ଏବଂ ସୂର୍ଯ୍ୟ ଉଦୟ ହେବା ପରେ ଉଠିବା ଆରମ୍ଭ କରେ । ତେଣୁ ଭଲ ନିଦ ପାଇଁ ରାତି ୧୦ ଟାରେ ଶୋଇବାକୁ ଯିବା ଉଚିତ ଏବଂ ସକାଳ ପ୍ରାୟ ୭ ଟା ସମୟରେ ଉଠିବା ଉଚିତ୍ ।

ରିସର୍ଚ୍ଚ ଅନୁଯାୟୀ, ଲୋକମାନେ ଯେତେ ଲେଟ୍‌ରେ ଶୋଇଥାନ୍ତି, ରାତିରେ ସେମାନେ ଅଧିକ ନକାରାତ୍ମକ ଚିନ୍ତା କରିଥାନ୍ତି । ଯାହା ଆପଣଙ୍କ ଶୋଇବାକୁ ପ୍ରଭାବିତ କରିଥାଏ । ତେବେ ଆପଣମାନେ ତ ଜାଣିଥିବେ ଯେ ନିଦ ସମସ୍ତଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ ।

ତାହେଲେ ଆସନ୍ତୁ ଜାଣିବା ଯେ ଜଣେ ବ୍ୟକ୍ତି ପ୍ରତିଦିନ କେତେ ଘଣ୍ଟା ଶୋଇବା ଉଚିତ୍ :
ତେବେ ବୟସ ଅନୁଯାୟୀ କେତେ ଏବଂ କେବେ ଶୋଇବା ଉଚିତ୍, ଯେପରି ଛୋଟ ପିଲା ୧୨ ରୁ ୧୫ ଘଣ୍ଟା ଶୋଇବା ଆବଶ୍ୟକ । ସେହିପରି ପ୍ରାଥମିକ ବିଦ୍ୟାଳୟର ପିଲାମାନେ ୧୦ ରୁ ୧୩ ଘଣ୍ଟା ଶୋଇବା ଆବଶ୍ୟକ କରନ୍ତି । ଏହା ସହ ସ୍କୁଲକୁ ଯାଉଥିବା ପିଲାମାନେ ଦିନକୁ ୯ ରୁ ୧୧ ଘଣ୍ଟା ଶୋଇବା ଉଚିତ୍ । ଏହା ବ୍ୟତୀତ ବୟସ୍କମାନେ ୮ ରୁ ୯ ଘଣ୍ଟା ଶୋଇବା ଉଚିତ୍ ।

ଜାଣନ୍ତୁ ଠିକ୍ ସମୟରେ ଶୋଇବାର ଲାଭ କ’ଣ ?
ଯେତେବେଳେ ଆପଣ ଠିକ୍ ସମୟରେ ଶୋଇବ ଏବଂ ସଂପୂର୍ଣ୍ଣ ନିଦ ପାଇବ, ତେବେ ଆପଣଙ୍କ ଶରୀର ସଂପୂର୍ଣ୍ଣ ସୁସ୍ଥ ରହିବ । ଶରୀରର ଅନ୍ୟ ଅଙ୍ଗରେ ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ହୁଏ ନାହିଁ । ଓଜନ ମଧ୍ୟ ଠିକ୍‌ ରହିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଏକାଗ୍ରତା ବଢିଇଥାଏ, ଯାହା ଆପଣଙ୍କୁ ପୂରଦିନ କାମ ପାଇଁ ଅଧିକ ଶକ୍ତି ପ୍ରଦାନ କରିଥାଏ । ସେଥିପାଇଁ ପ୍ରତିଦିନ ଠିକ୍‌ ସମୟରେ ଶୋଇବା ଏବଂ ଉଠିବା ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.