୨୦ରୁ ମାଟ୍ରିକ ପରୀକ୍ଷା, ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ ହେଲେ ଦାୟୀ ରହିବେ ପ୍ରଧାନଶିକ୍ଷକ

ଆଗକୁ ମାଟ୍ରିକ ପରୀକ୍ଷା ଆସୁଥିବାରୁ ବ୍ଲକ୍ ଓ ଜିଲ୍ଲାସ୍ତରରେ ମଧ୍ୟ ଶିକ୍ଷାଧିକାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ଭିତରେ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ କଡା ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଯଦି କୌଣସି ସ୍କୁଲରୁ ପ୍ରଶ୍ନପତ୍ର ଲିକ୍ ହୁଏ, ତେବେ ସଂପୃକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ସେଥିପାଇଁ ଦାୟୀ ରହିବେ ।

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୨୦ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଦଶମ ଶ୍ରେଣୀ ପରୀକ୍ଷା । ଆଗକୁ ମାଟ୍ରିକ ପରୀକ୍ଷା ଆସୁଥିବାରୁ ବ୍ଲକ୍ ଓ ଜିଲ୍ଲାସ୍ତରରେ ମଧ୍ୟ ଶିକ୍ଷାଧିକାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ଭିତରେ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ କଡା ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଯଦି କୌଣସି ସ୍କୁଲରୁ ପ୍ରଶ୍ନପତ୍ର ଲିକ୍ ହୁଏ, ତେବେ ସଂପୃକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ସେଥିପାଇଁ ଦାୟୀ ରହିବେ । ଆବଶ୍ୟକ ସ୍ଥଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଯଦି କୌଣସି ପରୀକ୍ଷା କେନ୍ଦ୍ରରେ କପି ଚିହ୍ନଟ ହୁଏ ତେବେ ଉକ୍ତ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଏଥିପାଇଁ ଦାୟୀ ରିହବେ । ପରୀକ୍ଷା ଚାଲିଥିବା ସମୟରେ କେବଳ ପରୀକ୍ଷା କେନ୍ଦ୍ର ପରିଚାଳକଙ୍କ ବ୍ୟତୀତ ଅନ୍ୟ କେହି ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ଫୋନ୍ ନେଇ ପ୍ରବେଶ କରିପାରିବେ ନାହିଁ। ପ୍ରଶ୍ନପତ୍ର ଥିବା ଆଲମାରୀର ଚାବିକାଠି କେନ୍ଦ୍ର ପରିଚାଳକ ସବର୍ଦା ନିଜ ପାଖରେ ରଖିବେ। କୌଣସି ପ୍ୟାକେଟ କିମ୍ବା କାଗଜପତ୍ର ଯାଞ୍ଚ ପାଇଁ ଦେବା ପୂବରୁ ସମ୍ପୃକ୍ତ ଅଧିକାରୀଙ୍କ ପରିଚୟ ସମ୍ପର୍କରେ ଭଲ ଭାବରେ ଜାଣିଥିବା ଆବଶ୍ୟକ।

ସେହିପରି ପରୀକ୍ଷା କେନ୍ଦ୍ରରେ କପି ରୋକିବା ପାଇଁ ତ୍ରିସ୍ତରୀୟ ନୀରିକ୍ଷକ ବ୍ୟବସ୍ଥା କରାଯାଇଛି । ୧୨ରୁ ୨୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ନୀରିକ୍ଷକ ଓ ୨୪ରୁ ୨୮ ଜଣଙ୍କ ପାଇଁ ଜଣେ ଭ୍ରାମ୍ୟମାଳ ନୀରିକ୍ଷକ ଏବଂ ୪୮ରୁ ୯୬ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ରିଲିଭିଂ ନୀରିକ୍ଷକ ନିଯୁକ୍ତ ହେବେ । ପ୍ରଥମ ଦିନ ପରୀକ୍ଷାର ଦିନକ ପୂର୍ବରୁ ପ୍ରଧାନ ଶିକ୍ଷକମାନେ ବୈଠକ ଆୟୋଜନ କରିବେ ।

କର୍ମଚାରୀଙ୍କୁ ଦାୟିତ୍ଵ ବଣ୍ଟନ କରିବେ ସକାଳ ୭ଟା ସକାଳ ୭ଟା ୩୦ରେ ପରୀକ୍ଷା କେନ୍ଦ୍ର ଖୋଲିବ । ୮ଟା ୩୦ରେ ଓଏମ୍‌ଆର ସିଟ୍ ୪୫ରେ ପ୍ରଶ୍ନ-ଉତ୍ତର ପୁସ୍ତିକା ବଣ୍ଟନ କରାଯିବା ସକାଳ ୮ଟା ୪୫ରୁ ୯ଟା ମଧ୍ୟରେ ପରୀକ୍ଷାର୍ଥୀ ଓଏମ୍‌ଆର ସିଟ୍‌ର ଓ ୮ଟା ପ୍ରଥମ ପୃଷ୍ଠାରେ ପରୀକ୍ଷା କେନ୍ଦ୍ର କୋଡ୍, ଉପାନ ବିଦ୍ୟାଳୟ କୋଡ୍ ଓ ରୋ ରୋଲ୍ ନମ୍ବର ସ୍ପଷ୍ଟ କରାଯିବ। ଅଦ୍ଧବାର୍ଷିକ ପରୀକ୍ଷାରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ହ୍ରାସ କରିବା ଉପରେ ଗୁରୁତ୍ବ ଦିଆଯାଇ ଅନୁପସ୍ଥିତଙ୍କ ତାଲିକା ଓ ଅନୁପସ୍ଥିତ ରହିବାର କାରଣ ପ୍ରଧାନଶିକ୍ଷକମାନେ ବିଷୟରେ ଦର୍ଶାଇବେ। ମାଟ୍ରିକ୍ ପରୀକ୍ଷାରେ ଯାଇ ପରୀକ୍ଷାର୍ଥୀଙ୍କ ଶତ ପ୍ରତିଶତ ଉପସ୍ଥିତି ନିଶ୍ଚିତ କରିବାକୁ କୁହାଯାଇଛି । ସେଥିପାଇଁ ପୂର୍ବରୁ ସଚେତନ ହୋଇ କାର୍ଯ୍ୟ କରିବେ । ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ପ୍ରଥମେ ବୁଝାଇବେ ଦାୟିତ୍ବରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀ ନିୟମିତ ଭାବେ ଅନୁପସ୍ଥିତ ରହୁଥିବା ଥିବା ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ବୁଝାଇବେ ଏବଂ ସୁନିଶ୍ଚିତ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.