ଫ୍ଲୋରିଡା: ହାଇୱେରେ ଲ୍ୟାଣ୍ଡିଂ ବେଳେ ଜଳିଗଲା ପ୍ରାଇଭେଟ୍‌ ଜେଟ୍‌, ୨ ମୃତ

ଫ୍ଲୋରିଡାରୁ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ଏଠାରେ ଗତକାଲି ଏକ ପ୍ରାଇଭେଟ୍‌ ଜେଟ୍‌ ଦୁର୍ଘଟଣାର ଶିକାର ହୋଇଛି । ରାଜରାସ୍ତା ଉପରେ ହୋଇଥିବା ଏହି ପ୍ଲେନ୍‌ କ୍ରାସ୍‌ରେ ୨ ଜଣଙ୍କ ମୃତ୍ୟୁ ଘଟିଛି ।

ଫ୍ଲୋରିଡାରୁ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ଘଟଣା ମୁତାବକ, ଏଠାରେ ଗତକାଲି ଏକ ପ୍ରାଇଭେଟ୍‌ ଜେଟ୍‌ ଦୁର୍ଘଟଣାର ଶିକାର ହୋଇଛି । ରାଜରାସ୍ତା ଉପରେ ହୋଇଥିବା ଏହି ପ୍ଲେନ୍‌ କ୍ରାସ୍‌ରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାଗ୍ରସ୍ତ ବିମାନ Bombardier Challenger ୬୦୦ ସିରିଜ୍‌ର ଥିଲା ।

ମିଡିଆ ରିପୋର୍ଟ ଅନୁସାରେ, ଶୁକ୍ରବାର ଅପରାହ୍ନ ୩ଟା ୧୫ରେ ନେପଲ୍ସ ନିକଟସ୍ଥ ଇଣ୍ଟରଷ୍ଟେଟ୍‌ ୭୫ରେ ଏହି ବିମାନ ଦୁର୍ଘଟଣା ଘଟିଥିଲା । କୋଲିୟର କାଉଣ୍ଟି ଶେରିଫ୍‌ କାର୍ଯ୍ୟାଳୟ ଏହି ଘଟଣା ବିଷୟରେ ସୂଚନା ଦେଇ କହିଛି ଯେ ବିମାନରେ ୫ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କର ଚିକିତ୍ସା ଚାଲିଛି ।

ସେପଟେ ଏହି ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଏକ ବିମାନ ରାଜରାସ୍ତା ଉପରେ ଧୁ ଧୁ ହୋଇ ଜଳୁଥିବା ଦେଖିବାକୁ ମିଳୁଛି । ବିମାନ ଜଳୁଥିବା ବେଳେ ଆଖପାଖ ଅଞ୍ଚଳରେ ଦୀର୍ଘ ଘଣ୍ଟା ଯାଏ ଘନ କଳା ଧୂଆଁ ଛାଇ ରହିଥିଲା ।

ରିପୋର୍ଟରୁ ଜଣାପଡ଼ିଛି, ନେପଲ୍ସ ମ୍ୟୁନିସିପାଲ ବିମାନବନ୍ଦରରେ ବିମାନ ଅବତରଣ କରିବାର ପ୍ରାୟ ୨ ମିନିଟ୍‌ ପୂର୍ବରୁ ପାଇଲଟ୍‌ ରେଡିଓ ଜରିଆରେ ବିମାନ ଯାତାୟାତ ନିୟନ୍ତ୍ରକଙ୍କୁ ବିପଦ ଥିବାର ସୂଚନା ଦେଇଥିଲେ । ବିମାନର ଦୁଇଟି ଇଞ୍ଜନ ଖରାପ ହୋଇ ଯାଇଥିବା ପାଇଲଟ୍‌ କହିଥିଲେ । ଏହି ସମୟରେ ସେ ଏମରଜେନ୍ସି ଲ୍ୟାଣ୍ଡିଂ ପାଇଁ ଅନୁରୋଧ କରିଥିଲେ ।

ଏପରି କି, ପାଇଲଟ୍‌ କହିଥିଲେ ଯେ ସେ ବିମାନକୁ ରନ୍‌ୱେ ପର୍ଯ୍ୟନ୍ତ ନେଇ ପାରିବେ ନାହିଁ । ଏହାର ତୁରନ୍ତ ପରେ ବିମାନ ଯାତାୟାତ ନିୟନ୍ତ୍ରକ ବିମାନକୁ ହାଇୱେରେ ଓହ୍ଲାଇବାକୁ ଅନୁମତି ଦେଇଥିଲେ । ଯଦିଓ ପାଇଲଟ୍‌ ବିମାନକୁ ସୁରକ୍ଷିତ ଉପାୟରେ ଲ୍ୟାଣ୍ଡିଂ କରାଇବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିଥିଲେ, କିନ୍ତୁ ସେ ବିଫଳ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.