Below header

କେନ୍ଦ୍ରାପଡା: ରାସ୍ତା ଉପରେ ଜଳିଗଲା କାର୍‌, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡି ଇଞ୍ଜିନରୁ ପ୍ରଥମେ ଧୂଆଁ ବାହାରିଥିଲା । ଏହା ପରେ ଗାଡିଟି ହୁତୁହୁତୁ ହୋଇ ଜଳି ଯାଇଥିଲା ।

କେନ୍ଦ୍ରାପଡା (କେନ୍ୟୁଜ): ରାସ୍ତା ଉପରେ ଚଲୁଥିବା ସମୟରେ ହୁତୁହୁତୁ ହୋଇ ଜଳିଗଲା କାର୍‌ । ଅଳ୍ପକେ ବର୍ତ୍ତିଲେ ୪ ଜଣ ଯାତ୍ରୀ । କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଗୋପେଇ – ପଣସୁଆ ପଡା ରାସ୍ତାର ବନ୍ଧମୁଣ୍ଡା ନିକଟରେ ଚାଲୁଥିବା ବେଳେ କାରଟି ସମ୍ପୂର୍ଣ୍ଣ ଜଳିଯାଇଛି । ଭୋଜି ଖାଇବା ପାଇଁ ୪ ଜଣ ଲୋକ ତିର୍ତ୍ତୋଲ ରୁ ନଡିଆବରେଇ ଗାଁକୁ ଆସୁଥିଲେ ।

ଏହି ସମୟରେ ସୁଇପ୍ଟ ଡିଜେୟାର କାରଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡି ଇଞ୍ଜିନରୁ ପ୍ରଥମେ ଧୂଆଁ ବାହାରିଥିଲା । ଡ୍ରାଇଭର ଗାଡିଟି ରଖି ଦେଇଥିଲେ । ପରେ ପରେ କାର୍‌ ଟି ହୁତୁହୁତୁ ହୋଇ ଜଳି ଯାଇଥିଲା । ରାସ୍ତା ମଝିରେ ପାଣି ପକାଇବା ପାଇଁ କୈଣସି ସୁବିଧା ନଥିବାରୁ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଖବର ପାଇ ଦମକଳ ଗାଡି ପହଞ୍ଚିବା ବେଳକୁ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ସମସ୍ତ ୪ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.