କିଡ୍‌ନୀ ପ୍ରତ୍ୟାରୋପଣ ପରେ ସିଙ୍ଗାପୁରରୁ ଭାରତ ଫେରିଲେ ଲାଲୁ ପ୍ରସାଦ ଯାଦବ; ବିମାନବନ୍ଦରରୁ ସାମ୍ନାକୁ ଆସିଲା ଫଟୋ

ଭାରତ ଫେରିଛନ୍ତି ଲାଲୁ ଯାଦବ। ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ପରେ ଶନିବାର ଲାଲୁ ଭାରତ ଫେରିଛନ୍ତି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରୁ ଫଟୋ ସାମ୍ନାକୁ ଆସିଛି।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ସିଙ୍ଗାପୁରରୁ କିଡନୀ ପ୍ରତିରୋପଣ ପରେ ଶନିବାର ଭାରତ ଫେରିଛନ୍ତି। ଲାଲୁ ପ୍ରସାଦ ଯାଦବଙ୍କର ଗତ ବର୍ଷ ଡିସେମ୍ବରରେ ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଥିଲା। ସେ ଶନିବାର ସିଙ୍ଗାପୁରରୁ ଭାରତ ଆସିଛନ୍ତି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଓହ୍ଲାଇଥିବା ଲାଲୁ ଯାଦବଙ୍କର ଫଟୋ ସାମ୍ନାକୁ ଆସିଛି।

ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନିଜ ବାପାଙ୍କୁ କିଡନୀ ଦାନ କରିଥିଲେ। ରୋହିଣୀ ଶନିବାର ସକାଳେ ଟ୍ୱିଟରରେ ଏକ ଭାବନାତ୍ମକ ପୋଷ୍ଟ ସେୟାର କରିଥିଲେ ଏବଂ କହିଥିଲେ ଯେ ଆରଜେଡି ମୁଖ୍ୟ ଶନିବାର ଭାରତ ଯିବେ।

ଟ୍ୱିଟରରେ ରୋହିଣୀ ସେୟାର କରିଥିବା ପୋଷ୍ଟ ଅନୁସାରେ, ‘ଏକ ଗୁରୁତ୍ୱପୂର୍ଣ୍ଣ କଥା କହିବାର ଅଛି। ଏହି ଗୁରୁତ୍ୱପୂର୍ଣ୍ଣ କଥା ଆମର ନେତା ଲାଲୁ ଜୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ। ପାପା ୧୧ ଫେବୃଆରୀରେ ସିଙ୍ଗାପୁରରୁ ଭାରତ ଯାଉଛନ୍ତି। ମୁଁ ଝିଅ ଭାବରେ ମୋର କର୍ତ୍ତବ୍ୟ କରୁଛି। ପାପାଙ୍କୁ ସୁସ୍ଥ କରି ପଠାଉଛି’। ରୋହିଣୀ ଟ୍ଵିଟରରେ ଆହୁରି ଲେଖିଥିଲେ ଯେ ‘ଏବେ ଆପଣ ସମସ୍ତେ ମୋ ବାପାଙ୍କର ଯତ୍ନ ନେବେ’।

କହି ରଖୁଛୁ, ଲାଲୁ ଯାଦବଙ୍କୁ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ କିଡନୀ ମ୍ୟାଚ୍ କରିଥିଲା। ଏହାପୂର୍ବରୁ ଗତ ବର୍ଷ ନଭେମ୍ବରରେ ତେଜସ୍ୱୀ ଯାଦବ କହିଥିଲେ ଯେ ତାଙ୍କ ଭଉଣୀ ରୋହିଣୀଙ୍କ କିଡନୀ ସବୁଠାରୁ ଭଲ ମ୍ୟାଚ୍ ବୋଲି ଜଣାପଡିଛି ଏବଂ ପରିବାର ଏହି ନିଷ୍ପତ୍ତିକୁ ଆଗକୁ ବଢ଼ାଇଛନ୍ତି।