Below header

ଥାନା ପରିସରରେ ଲାଗିଲା ନିଆଁ: ଜଳିଗଲା କାର, ବାଇକ ଏବଂ ଅଟୋ

ମହୁଲଡିହା ଥାନା ପରିସରରେ ନିଆଁ । ଜଳିଗଲା ଜବତ ଗାଡି । ୧୮ଟି ବାଇକ୍‌, ଗୋଟିଏ କାର୍‌, ଦୁଇଟି ଅଟୋ ସହ ୩ଟି ସାଇକେଲ। ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି ।

କରଞ୍ଜିଆ (କେନ୍ୟୁଜ): ମହୁଲଡିହା ଥାନା ପରିସରରେ ନିଆଁ । ଜଳିଗଲା ଜବତ ଗାଡି । ୧୮ଟି ବାଇକ୍‌, ଗୋଟିଏ କାର୍‌, ଦୁଇଟି ଅଟୋ ସହ ୩ଟି ସାଇକେଲ। ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି । ନିକଟ ଜଙ୍ଗଲରେ ଲାଗିଥିବା ନିଆଁ ହଠାତ ଥାନା ପରିସରକୁ ମାଡି ଆସିଥିଲା । ପରେ ଠାକୁରମୁଣ୍ଡା ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଜଙ୍ଗଲରେ କିପରି ନିଆଁ ଲାଗିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି।

ସୂଚନା ଅନୁସାରେ ଆଜି ଅପରାହ୍ନରେ ଅଳିଆଗଦା ନିଆଁରୁ ଝୁଲ ପବନରେ ଉଡ଼ିଆସି ଶୁଖିଲା ପତ୍ରରେ ଲାଗି ଥାନା ପରିସର ପଛପଟେ ରହିଥିବା ଜବତ ହୋଇଥିବା ଗାଡି ଗୁଡ଼ିକ ନିମିଷକ ମଧ୍ୟରେ ହୁତୁହୁତୁ ହୋଇ ଜଳିଯାଇଥିଲା। ମହୁଲଡିହା ଥାନା ଅଧିକାରୀ ଦମକଳ ବାହିନୀକୁ ଖବର ଦେଇଥିଲେ ମାତ୍ର ଦମକଳ ଆସିବା ବେଳକୁ ନିଆଁ ରେ ଜଳି ପୋଡି ପାଉଁଶ ହୋଇଯାଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.