ମାଧବନଙ୍କ ପୁଅ ବେଦାନ୍ତଙ୍କ କମାଲ! ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଜିତିଲେ ୫ଟି ସ୍ୱର୍ଣ୍ଣ ସମେତ ୭ ପଦକ
କମାଲ କରି ଦେଖାଇଲେ ଅଭିନେତା ଆର୍ ମାଧବନଙ୍କ ପୁଅ ବେଦାନ୍ତ ମାଧବନ। ମଧ୍ୟ ପ୍ରଦେଶରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ମୋଟ ୭ଟି ପଦକ ଜିତିଛନ୍ତି ବେଦାନ୍ତ।
ମଧ୍ୟ ପ୍ରଦେଶରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଅଭିନେତା ଆର୍ ମାଧବନଙ୍କ ପୁଅ ବେଦାନ୍ତ ମାଧବନ୍ କମାଲ କରି ଦେଖାଇଛନ୍ତି। ସନ୍ତରଣ ପ୍ରତିଯୋଗିତାରେ ବେଦାନ୍ତ ମୋଟ ୭ଟି ପଦକ ଜିତିଛନ୍ତି, ସେଥିରେ ରହିଛି ୫ଟି ସ୍ୱର୍ଣ୍ଣ ଏବଂ ୨ଟି ରୌପ୍ୟ ପଦକ।
ବେଦାନ୍ତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ମହାରାଷ୍ଟ୍ର ତରଫରୁ ଅଂଶଗ୍ରହଣ କରିଥିଲେ। ପୁଅର ଏହି ସଫଳତା ଉପରେ ଆର ମାଧବନ୍ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସୋସିଆଲ ମିଡିଆରେ ଏ ନେଇ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଏହି ଟ୍ଵିଟ୍ରେ ସେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଅନ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଆର ମାଧବନ ଟ୍ୱିଟରେ ଲେଖିଛନ୍ତି, ‘ମୁଁ ଅପେକ୍ଷା ଫର୍ଣ୍ଣାଣ୍ଡିଜ୍ ଓ ବେଦାନ୍ତଙ୍କ ପ୍ରଦର୍ଶନ ଦେଖିବା ପରେ ବହୁତ ଖୁସି ଅଛି। ମୁଁ ଏହି ସୁଯୋଗରେ ଶିବରାଜ ସିଂ ଚୌହାନ ଓ ଅନୁରାଗ ଠାକୁରଙ୍କ ସହ ଅନ୍ୟମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ଏହାକୁ ବଢ଼ିଆ ଭାବେ ଆୟୋଜିତ କରିଥିଲେ। ମୋତେ ଆଜି ବହୁତ ଗର୍ବ ଅନୁଭବ ହେଉଛି’।
ଏହା ବ୍ୟତୀତ ଆର ମାଧବନ ନିଜର ଦ୍ୱିତୀୟ ଟ୍ୱିଟରେ ପୁଅର ସଫଳତା ଉପରେ ଖୁସି ଜାହିର କରି ତାଙ୍କର ଫଟୋ ଟ୍ୱିଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ଭଗବାନଙ୍କ କୃପାରୁ ୧୦୦ ମିଟର, ୨୦୦ ମିଟର ଓ ୧୫୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୪୦୦ ମିଟର ଓ ୮୦୦ ମିଟରରେ ରୌପ୍ୟ ପଦକ’।
VERY grateful & humbled by the performances of @fernandes_apeksha ( 6 golds,1 silver,PB $ records)& @VedaantMadhavan (5golds &2 silver).Thank you @ansadxb & Pradeep sir for the unwavering efforts & @ChouhanShivraj & @ianuragthakur for the brilliant #KheloIndiaInMP. So proud pic.twitter.com/ZIz4XAeuwN
— Ranganathan Madhavan (@ActorMadhavan) February 12, 2023
ସେପଟେ ବେଦାନ୍ତ ମାଧବନ ତାଙ୍କ ଲକ୍ଷ୍ୟ ବିଷୟରେ କହିଥିଲେ ଯେ ସେ ଭାରତ ପାଇଁ ଅଲିମ୍ପିକ୍ସରେ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିବାକୁ ଚାହୁଁଛନ୍ତି। କହି ରଖୁଛୁ ଯେ ୨୦୨୧ରେ ଅଭିନେତା ଆର ମାଧବନ୍ ଓ ତାଙ୍କ ପତ୍ନୀ ସରିତା ନିଜ ପୁଅର ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଦୁବାଇ ସିଫ୍ଟ ହୋଇ ଯାଇଥିଲେ।
With gods grace -Gold in 100m, 200m and 1500m and silver in 400m and 800m . 🙏🙏🙏👍👍 pic.twitter.com/DRAFqgZo9O
— Ranganathan Madhavan (@ActorMadhavan) February 12, 2023