ହାଇକୋର୍ଟ ଜଜଙ୍କୁ ଠକିବା ପଡିଲା ଭାରି, ମିନିଟରେ ସିଲ୍‌ ହେଲା ପେଟ୍ରୋଲ୍‌ ପମ୍ପ୍‌

ଏ କଥା ଶୁଣି ଭାବୁଥିବେ ଜଜଙ୍କ ସହିତ ପୁଣି ପଙ୍ଗା ! ଏ କଥା ହୁଏତ ଆପଣଙ୍କୁ ଟିକିଏ ଅଡୁଆ ଲାଗୁଥାଇପାରେ । ତେବେ ପ୍ରକୃତ ଘଟଣା ଥିଲା ଆସନ୍ତୁ ଜାଣିବା ।

ମଧ୍ୟ ପ୍ରଦେଶର ଜବଲପୁର ସହରରେ ଏକ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ହାଇକୋର୍ଟ ଜଜଙ୍କ ସହ ପଙ୍ଗା ପଡିଲା ମହଙ୍ଗା । ହଁ ଆଜ୍ଞା ଏ କଥା ଶୁଣି ଭାବୁଥିବେ ଜଜଙ୍କ ସହିତ ପୁଣି ପଙ୍ଗା ! ଏ କଥା ହୁଏତ ଆପଣଙ୍କୁ ଟିକିଏ ଅଡୁଆ ଲାଗୁଥାଇପାରେ । ତେବେ ପ୍ରକୃତ ଘଟଣା ଥିଲା ଆସନ୍ତୁ ଜାଣିବା ।

ପ୍ରକୃତରେ ଜଜ୍‌ ସାହେବଙ୍କ ଗାଡି ପେଟ୍ରୋଲ ଭରିବା ପାଇଁ ପମ୍ପରେ ଅଟକିଥିଲା । ଏହି ସମୟରେ କର୍ମଚାରୀ ୫୭ ଲିଟର ପେଟ୍ରୋଲ ଗାଡିର ଟ୍ୟାଙ୍କରେ ଭରିଦେଲେ । ଏହା ଶୁଣି ଜଜ୍‌ ସାହେବ ଆଶ୍ଚର୍ଯ୍ୟରେ ପଡିଗଲେ ଯେ ୫୦ ଲିଟର ଟ୍ୟାଙ୍କରେ ୫୭ ଲିଟର ପେଟ୍ରୋଲ କେମିତି ଭରିବ? । ବାସ୍‌ ତାପରେ ଆଉ କଣ ହେଇଥାନ୍ତା, ଗୋଟେ ମିନିଟରେ ହିଁ ସିଲ୍‌ ହୋଇଗଲା ପେଟ୍ରୋଲ । ଜଜ୍‌ ସାହେବ ମିନିଟ ମଧ୍ୟରେ ପେଟ୍ରୋଲ ପମ୍ପକୁ ସିଲ୍‌ କରିଦେଲେ ଏବଂ ଯାଞ୍ଚ ପ୍ରକ୍ରୀୟା ଆରମ୍ଭ କରିଦେଲେ ।

ଏହି ପୁରା ମାମଲରା ମଙ୍ଗଳବାର ରାତିର ଅଟେ । ହାଇକୋର୍ଟର ଜଜ୍‌ ସାହେବ କାରରେ ପେଟ୍ରୋଲ ଭରିବା ପାଇଁ ପମ୍ପରେ ପହଁଚିଥିଲେ । ସେ କର୍ମଚାରୀଙ୍କୁ ଟାଙ୍କି ଫୁଲ୍‌ କରିଦେବାକୁ କହିଲେ । ପେଟ୍ରୋଲ ଭରିବା ପରେ ଜଜ୍‌ ସାହେବ ଅନଲାଇନ୍‌ ପେମେଣ୍ଟ କରିଦେଲେ । ଏହାପରେ ଜଜ୍‌ ନେବା ପରେ ପେଟ୍ରୋଲର ପରିମାଣ ଓ ରାଶି ବିଷୟରେ ଜଣାପଡିଲା । ଏହା ଦେଖିବା ପରେ ଜଜ୍‌ ସାହେବଙ୍କ ମଥା ଗୋଲ ହୋଇଗଲା । ସେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ଏମିତି କେମିତି ସମ୍ଭବ । କେମିତି ୫୦ ଲିଟର ତେଲ ପାଇଁ କ୍ଷମତା ଥିବା ଟାଙ୍କିରେ ୫୭.୪୩ ଲିଟର ପେଟ୍ରୋଲ ଭର୍ତ୍ତି ହୋଇପାରିବ ।

ଏଥିସହିତ ତାଙ୍କ କାରରେ ପୂର୍ବରୁ ହିଁ ପାଞ୍ଚ-ସାତ ଲିଟର ପେଟ୍ରୋଲ ପୂର୍ବରୁ ହିଁ ଥିଲା । ସେ ତୁରନ୍ତ ଏହି ଠକାମି ଏବଂ ଗଡବଡ ପାଇଁ ପ୍ରଶାସନତକ ଅଧିକାରୀଙ୍କୁ ଅବଗତ କରାଇଲେ । ଏହାପରେ ପ୍ରଶାସନ ଏବଂ ପୋଲିସର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଁଚିଲେ । ବିଳମ୍ବିତ ରାତିରେ ହିଁ ପେଟ୍ରୋଲ ପମ୍ପକୁ ସିଲ୍‌ କରିଦିଆଗଲା ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନର୍ଥ ସିବିଲ ଲାଇନ୍‌ ସ୍ଥିତ ସରବଜିତ୍‌ ସିଂହ ମୋଖାର ସିଟି ଫୁଏଲ ସେଣ୍ଟରରେ ଏହି ଠକାମୀ କରାଯାଉଥିଲା । ମୋଖାର ସିଟି ହସ୍ପିଟାଲ ନାମରେ ବ୍ୟକ୍ତିଗତ ହସ୍ପିଟାଲ ମଧ୍ୟ । ସେଠାରେ କରୋନା କାଳରେ ରୋଗୀଙ୍କୁ ନକଲୀ ରେମଡିସିଭିର ଇଞ୍ଜେକସନ ଲଗାଇବାର ବଡ ମାମଲା ଧରାପଡିଥିଲା । ତେବେ କହିରଖିବାକୁ ଚାହିଁବୁ ଯେ ୧୦ ରୁ ୧୨ ଲିଟର ପେଟ୍ରୋଲ ଚୋରି ହାଇକୋର୍ଟ ଜର୍ଜଙ୍କୁ ଚମକାଇଥିଲା । ସେ ଅଫିସରଙ୍କୁ ଏହା କହି କମେଣ୍ଟ ତଲେ ଯେ ପ୍ରତିଦିନ ହଜାର ହଜାର ଲୋକଙ୍କୁ ଏହି ପ୍ରକାର ଲୁଟୁଛନ୍ତି ପେଟ୍ରୋଳ କର୍ମଚାରୀ ।

ଏହି ପେଟ୍ରୋଲ ପମ୍ପ କଲେକଟ୍ରେନ୍‌ ଠାରୁ ପ୍ରାୟ କିଛି ଦୂରତା ମଧ୍ୟରେ ସ୍ଥିତ । ରାତିରେ ଫୁଡ୍‌ କଣ୍ଟ୍ରୋଲର ଏବଂ ପୋଲିସ ଅଫିସରଙ୍କୁ ଡକାଯାଇ ପେଟ୍ରୋଲ ପମ୍ପକୁ ସିଲ୍‌ କରିଦିଆଗଲା । ତେଣୁ ଠକାମୀ ଠାରୁ ସତର୍କ ରୁହନ୍ତୁ । ନଚେତ ବହୁତ ଜଣ ଏପରି ଅଛନ୍ତି ଯେଁମାନେ ଏମିତିି ଉପାୟରେ ଲୋକଙ୍କୁ ଚୂନ ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.