ମାଛ ଧରିବା ବେଳେ ବୁଡିଲା ଡଙ୍ଗା, ଜଣେ ମୃତ
ମାଲକାନଗିରିରେ ମାଛ ଧରିବାକୁ ଯାଇଥିବା ଏକ ଡଙ୍ଗା ଭାରସାମ୍ଯ ହରାଇ ବୁଡି ଯାଇଛି। ଫଳରେ ଜଣକର ମୃତ୍ୟୁ ହୋଇଛି।
ମାଲକାନଗିରି (କେନ୍ୟୁଜ): ମାଛ ଧରିବା ହେଲା କାଳ । ଗତ କାଲି ଦେଶୀ ଡ଼ଙ୍ଗାରେ ମାଛ ଧରିବାକୁ ଯାଇଥିବା ବେଳେ ଡଙ୍ଗାଟି ଭାରସାମ୍ଯ ହରାଇ ବୁଡି ଯାଇଥିଲା। ଫଳରେ ଜଣକର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ ,ମାଲକାନଗିରି ଜିଲ୍ଲା ସତୀଗୁଡା ଜଳ ଭଣ୍ଡାରରେ ବିଶ୍ୱନାଥ ଭୂମିୟା ନାମକ ବ୍ଯକ୍ତି ମାଛ ଧରିବା ପାଇଁ ଯାଇ ନିଖୋଜ ଥିଲେ। ପରିବାର ଲୋକେ ସନ୍ଦେହ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ଆଜି ମୃତ ଦେହକୁ ଉଦ୍ଧାର କରିଛନ୍ତି। ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଚେତୁ ନାହାନ୍ତି ଲୋକେ।