ଏହି ଯୋଜନାରେ ନିଜେ ମୋଦି ଲଗାଇଛନ୍ତି ଟଙ୍କା, ଆପଣ ବି ଆଖି ବନ୍ଦ କରି ଖୁଲନ୍ତୁ ଆକାଉଣ୍ଟ

ଯଦି ଆପଣ କେଉଁଠି ସୁରକ୍ଷିତ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ପୋଷ୍ଟ ଅଫିସର ଏହି ଯୋଜନାରେ ତୁରନ୍ତ ଆପ୍ଲାଏ କରନ୍ତୁ । କାହିଁକିନା ଏହି ଯୋଜନାର ପପୁଲାରିଟୀ ଏତେ ଯେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିବେଶ କରିସାରିଲେଣି ।

ଯଦି ଆପଣ କେଉଁଠି ସୁରକ୍ଷିତ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ପୋଷ୍ଟ ଅଫିସର ଏହି ଯୋଜନାରେ ତୁରନ୍ତ ଆପ୍ଲାଏ କରନ୍ତୁ । କାହିଁକିନା ଏହି ଯୋଜନାର ପପୁଲାରିଟୀ ଏତେ ଯେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିବେଶ କରିସାରିଲେଣି । ଆଜ୍ଞା ହଁ, ଏମିତିରେ ଆପଣ ସୁରକ୍ଷିତ ନିବେଶ କରିବାକୁ ଯଦି ଚାହୁଁଛନ୍ତି ତାହେଲେ ଏହାଠାରୁ ଭଲ ବିକଳ୍ପ ବୋଧହୁଏ ଅନ୍ୟ କେଉଁଠୁ ବି ମିଳିବନି । ଯଦିଓ ସେ ଏହି ନିବେଶ କିଛି ବର୍ଷ ପୂର୍ବରୁ କରିଥିଲେ । ଏହି ଯୋଜନାର ନାମ ଲାଇଫ୍‌ ଇନସୁରାନ୍ସ ଏବଂ ନ୍ୟାସନାଲ ସେଭିଙ୍ଗ୍‌ ସାର୍ଟିଫିକେଟ ସ୍କିମ ଅଟେ । ଆପଣ ମଧ୍ୟ ଯଦି ଏହି ଯୋଜନାରେ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଏହାର ଫାଇଦା ନିଶ୍ଚୟ ଜାଣି ନିଅନ୍ତୁ । ଏହି ଯୋଜନାରେ ନିବେଶ କରିବାର ନ୍ୟୁନତମ ସୀମା ବି ବହୁତ କମ୍‌ ରହିଛି । ହଁ ଆଜ୍ଞା କେବଳ ୧ ହଜାର ଟଙ୍କା ଜମା କରି ବି ଆପଣ ଏହି ଯୋଜନାର ଫାଇଦା ଉଠାଇପାରିବେ ।

ନ୍ୟାସନାଲ ସେଭିଙ୍ଗ୍ସ ସାର୍ଟିଫିକେଟରେ କରନ୍ତୁ ନିବେଶ

ଯଦି ଆପଣ ଜିରୋ ରିସ୍କର ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଏହି ଯୋଜନା ଆପଣଙ୍କ ପାଇଁ ବହୁତ ବଢ଼ିଆ ହେବ । ପୋଷ୍ଟ ଅଫିସର ଏହି ଯୋଜନାରେ ଆପଣଙ୍କ ଟଙ୍କା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ । ଆପଣ ମଧ୍ୟ ଏହି ସରକାରୀ ସ୍କିମରେ ନିବେଶ କରିପାରିବେ । ନ୍ୟାସନାଲ ସେଭିଙ୍ଗସ ସାର୍ଟିଫିକେଟରେ ନିବେଶ କରିବା ଏକଦମ୍‌ ସୁରକ୍ଷିତ ହୋଇଥାଏ ।

ନିବେଶ କେମିତି କରିବେ?

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନ୍ୟାସନାଲ ସେଭିଙ୍ଗସ ସାର୍ଟିଫିକେଟରେ ପାଞ୍ଚ ବର୍ଷର ମିନିମ୍‌ ଲକ୍‌-ଇନ୍‌ ପିରିୟଡ ରହିଥାଏ । ଏମିତିରେ ଏହି ଯୋଜନାରେ ନିବେଶ କରିବା ପରେ ଆପଣ ନିଜର ଟଙ୍କାକୁ ପାଞ୍ଚ ବର୍ଷ ପରେ ହିଁ ଉଠାଇପାରିବେ । ଏହି ଯୋଜନାରେ ଆପଣ ତିନିଟି ତରିକାରେ ନିବେଶ କରିପାରିବେ ।

ସିଙ୍ଗଲ ଟାଇପରେ ଆପଣ ନିଜ ପାଇଁ କିମ୍ବା ଅନ୍ୟ କୌଣସି ନାବାଳକଙ୍କ ପାଇଁ ଇନଭେଷ୍ଟମେଣ୍ଟ କରିପାରିବେ ।

ଜଏଣ୍ଟ ଏ ଟାଇପ – ଏହିଭଳି ଯୋଜନାରେ ଦୁଇ ଜଣ ଲୋକ ଏକା ସାଥିରେ ମିଶି ନିବେଶ କରିପାରିବେ ।
ଜଏଣ୍ଟ ବି ଟାଇପ୍‌ – ଏହି ଯୋଜନାରେ ନିବେଶ ଦୁଇ ଜଣ ଲୋକ କରିପାରିବେ କିନ୍ତୁ ମ୍ୟାଚୁରିଟୀରେ ଟଙ୍କା ଯେକୌଣସି ଜଣଙ୍କୁ ଦିଆଯାଇଥାଏ ।

କେତେ କରିପାରିବେ ନିବେଶ?

ଏହି ଯୋଜନାରେ ୬.୮% ଦରରେ ସୁଧ ଦିଆଯାଉଛି । ଆପଣ ଏହି ସ୍କିମରେ ୧୦୦୦ ଟଙ୍କାର ନିବେଶ ମଧ୍ୟ କରିପାରିବେ ଏବଂ ୧୦୦ର ମଲ୍ଟିପଲରେ ଆପଣ ଏହି ଯୋଜନାରେ ଇନଭେଷ୍ଟ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.