Below header

ମହିଳା କ୍ରିକେଟ ପାଇଁ ଖୁସି ଖବର, ପୁରୀ ଓ ଝାରସୁଗୁଡ଼ାରେ ମହିଳା କ୍ରିକେଟ ଗ୍ରାଉଣ୍ଡର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିରେ ଆଜି ଯୋଡ଼ି ହେବ ନୂଆ ମାଇଲଖୁଣ୍ଟ । ମହିଳା କ୍ରିକେଟ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଆଜି ପୁରୀ ଓ ଝାରସୁଗୁଡ଼ାରେ ମହିଳା କ୍ରିକେଟ ଗ୍ରାଉଣ୍ଡର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାଧିକ କ୍ରିକେଟ ଷ୍ଟାଡିୟମ୍, କ୍ରିକେଟ ଏକାଡେମୀ ଓ ସ୍ପୋର୍ଟସ କମ୍ପ୍ଲେକ୍ସର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିରେ ଆଜି ଯୋଡ଼ି ହେବ ନୂଆ ମାଇଲଖୁଣ୍ଟ । ମହିଳା କ୍ରିକେଟ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ।  ଆଜି ପୁରୀ ଓ ଝାରସୁଗୁଡ଼ାରେ ମହିଳା କ୍ରିକେଟ ଗ୍ରାଉଣ୍ଡର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାଧିକ କ୍ରିକେଟ ଷ୍ଟାଡିୟମ୍, କ୍ରିକେଟ ଏକାଡେମୀ ଓ ସ୍ପୋର୍ଟସ କମ୍ପ୍ଲେକ୍ସର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ପୁରୀ ପେଣ୍ଠକଟାଠାରେ ୧୪ ଏକର ଜମିରେ ୬୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ । ଶ୍ରୀଜଗନ୍ନାଥ କ୍ରୀଡ଼ା କମ୍ପ୍ଲେକ୍ସ ମଧ୍ୟରେ ରହିଛି ଅତ୍ୟାଧୁନିକ କ୍ରିକେଟ ଷ୍ଟାଡିୟମ, ଇଣ୍ଡୋର ହଲ୍ ଓ ସୁଇମିଂ ପୁଲ୍। ଇଣ୍ଡୋର ହଲରେ ବକ୍ସିଂ, ରେସଲିଂ, ଜିମ୍ନାସିୟମ ଓ ଟେବୁଲ୍ ଟେନିସ୍ ଆଦି କ୍ରୀଡ଼ାର ସୁବିଧା ଉପଲବ୍ଧ ରହିଛି।

ଏଥିସହ ଶହେ ସିଟ୍ ବିଶିଷ୍ଟ ଏକ ସ୍ପୋର୍ଟସ ହଷ୍ଟେଲ ମଧ୍ୟ ନିର୍ମାଣ କରାଯାଇଛି । ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ । କ୍ରିକେଟ ଷ୍ଟାଡିୟମରେ ରଣଜୀ ଟ୍ରଫି ଭଳି ଫାଷ୍ଟ କ୍ଲାସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଦୁଇ ହଜାରରୁ ଅଧିକ ଦର୍ଶକ ଖେଳ ଦେଖିବା ସୁବିଧା ରହିଛି । ଏଥିସହ ଆଜି ସମ୍ବଲପୁର ଭିଏସଏସ୍ କ୍ରିକେଟ ଷ୍ଟାଡିୟମ୍ ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ବାରବାଟୀ ନବୀକରଣ ପ୍ରକଳ୍ପର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.