ଝୁଲନ୍ତା ଅବସ୍ଥାରେ ନବମ ‌ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ମୋଟୁସ୍ଥିତ ମଧୁସୂଦନ ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ନିଜ ହଷ୍ଟେଲ ଭିତରେ ଝୁଲିପଡ଼ିଥିବା ନେଇ ସୂଚନା ମିଳିଛି ।

କାଲିମେଳା (କେନ୍ୟୁଜ): ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ମୋଟୁସ୍ଥିତ ମଧୁସୂଦନ ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ନିଜ ହଷ୍ଟେଲ ଭିତରେ ଝୁଲିପଡ଼ିଥିବା ନେଇ ସୂଚନା ମିଳିଛି ।

ମୃତଦେହ ଉଦ୍ଧାର ହୋଇଥିବା ଛାତ୍ରୀଙ୍କର ନାମ ପୂଜା କଂଜ। ତାଙ୍କ ଘର ଗିନିପାଲୀ ଗ୍ରାମରେ ହୋଇଥିବାବେଳେ ତାଙ୍କ ବାପାଙ୍କ ନାମ ଦୁଲା କଂଜଙ୍କ ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଛାତ୍ରୀଙ୍କ ଆତ୍ମହତ୍ୟା ପରେ ବିଦ୍ୟାଳୟରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ଖବର ପାଇ ମୋଟୁ ପୁଲିସ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଏହି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷ ଏବେ ସଂଦେହ ଘେରରେ ରହିଛନ୍ତି।

 

You might also like