ଡେଭିଡ୍‌ ବେକ୍‌ହମଙ୍କ ପାଇଁ ସୋନମ୍‌ କପୁର ରଖିଲେ ସ୍ପେଶାଲ ଡିନର ପାର୍ଟି, ମାତ୍ର ୨୫ ଅତିଥିଙ୍କୁ କଲେ ନିମନ୍ତ୍ରଣ

ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର ଓ ତାଙ୍କ ସ୍ୱାମୀ ତଥା ବିଜିନେସ୍‌ମ୍ୟାନ ଆନନ୍ଦ ଆହୁଜା ଆଜି ଏକ ସ୍ୱତନ୍ତ୍ର ଡିନର ପାର୍ଟିର ଆୟୋଜନ କରିଛନ୍ତି। ମୁମ୍ବାଇରେ ଆୟୋଜିତ ଏହି ପାର୍ଟି ଜଣେ ସ୍ପେଶାଲ୍‌ ବ୍ୟକ୍ତିଙ୍କ ପାଇଁ ରଖାଯାଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଡିନର ପାର୍ଟି ଫୁଟବଲ୍ ଚାମ୍ପିଅନ୍ ଡେଭିଡ୍ ବେକ୍‌ହମ୍‌ଙ୍କ ପାଇଁ ରଖାଯାଇଛି। ଫଙ୍କସନରେ କେବଳ ୨୫ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।

ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର ଓ ତାଙ୍କ ସ୍ୱାମୀ ତଥା ବିଜିନେସ୍‌ମ୍ୟାନ ଆନନ୍ଦ ଆହୁଜା ଆଜି ଏକ ସ୍ୱତନ୍ତ୍ର ଡିନର ପାର୍ଟିର ଆୟୋଜନ କରିଛନ୍ତି। ମୁମ୍ବାଇରେ ଆୟୋଜିତ ଏହି ପାର୍ଟି ଜଣେ ସ୍ପେଶାଲ୍‌ ବ୍ୟକ୍ତିଙ୍କ ପାଇଁ ରଖାଯାଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଡିନର ପାର୍ଟି ଫୁଟବଲ୍ ଚାମ୍ପିଅନ୍ ଡେଭିଡ୍ ବେକ୍‌ହମ୍‌ଙ୍କ ପାଇଁ ରଖାଯାଇଛି। ଫଙ୍କସନରେ କେବଳ ୨୫ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। କହି ରଖୁଛୁ, ଡେଭିଡ ବେକ୍‌ହମ ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି।

ଇଂଲଣ୍ଡ ଫୁଟବଲ ଦଳର ପୂର୍ବତନ ଅଧିନାୟକ ହେଉଛନ୍ତି ଡେଭିଡ ବେକ୍‌ହମ। ବିଶ୍ୱବ୍ୟାପୀ ରାଷ୍ଟ୍ରଦୂତ ଭାବରେ ୟୁନିସେଫ୍ ପ୍ରତିବଦ୍ଧତା ପାଇଁ ସେ ଭାରତକୁ ଆସିଛନ୍ତି। ଏହି ସମୟ ମଧ୍ୟରେ ହିଁ ସୋନମ କପୁର ଓ ଆନନ୍ଦ ଆହୁଜା ତାଙ୍କୁ ଏଠାରେ ସ୍ୱତନ୍ତ୍ର ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି।

ଡେଭିଡ ବେକ୍‌ହମ ଜଣେ ଗ୍ଲୋବାଲ୍‌ ଆଇକନ୍। ତାଙ୍କ ପତ୍ନୀ ଭିକ୍ଟୋରିଆ ବେକହମ୍ ମଧ୍ୟ ଜଣେ ଫ୍ୟାଶନ୍ ଆଇକନ୍। ବର୍ତ୍ତମାନ ସୋନମ ଓ ଆନନ୍ଦଙ୍କ ଏହି ପାର୍ଟି ଉପରେ ରହିଛି ସମସ୍ତଙ୍କର ନଜର। କେତେବେଳେ ବେକ୍‌ହମ ଏଥିରେ ଯୋଗଦେବେ? ଇଂଲଣ୍ଡ ଫୁଟବଲ ଟିମ୍‌ର ଏହି ପୂର୍ବତନ ଅଧିନାୟକଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ ବହୁତ ଲମ୍ବା। ସୋସିଆଲ ମିଡିଆରେ ତାଙ୍କର ଢେର୍‌ ପ୍ରଶଂସକ ଅଛନ୍ତି।

ତେବେ ନିଜ ଭାରତ ଯାତ୍ରା ସମୟରେ ବେକ୍‌ହମ ଅନେକ ସହର ପରିଦର୍ଶନ କରିଥିଲେ। ନିକଟରେ ସେ ଶିଶୁ ଅଧିକାର ଏବଂ ଲିଙ୍ଗଗତ ସମାନତାକୁ ବୁଝିବା ପାଇଁ ଗୁଜରାଟରେ ପହଞ୍ଚିଥିଲେ।

 

View this post on Instagram

 

A post shared by David Beckham (@davidbeckham)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.