Below header

ପୁଣି ଦନ୍ତାହାତୀର ମୃତଦେହ ଉଦ୍ଧାର, ବନବିଭାଗରତଦନ୍ତ

ଦନ୍ତାହାତୀର ମୃତଦେହ ଉଦ୍ଧାର । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ଫରେଷ୍ଟ ବିଟ ଭାଡ଼ିମରା ଗାଁ ପାଖରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ଘଟଣାସ୍ଥଳରେ ବନବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କେନ୍ଦୁଝର (କେନ୍ୟୁଜ): ପୁଣି ଦନ୍ତାହାତୀର ମୃତଦେହ ଉଦ୍ଧାର । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ଫରେଷ୍ଟ ବିଟ ଭାଡ଼ିମରା ଗାଁ ପାଖରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ଘଟଣାସ୍ଥଳରେ ବନବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦନ୍ତା ହାତୀଙ୍କ ମଧ୍ୟରେ ଲଢେଇ ହେବାରୁ ଏହି ଦନ୍ତା ହାତୀ ମୃତ୍ୟୁ ଘଟିଥିବା ବନବିଭାଗ ତରଫରୁ ପ୍ରାଥମିକ ସୂଚନା ମିଳିଛି ।

୩ ଦିନ ତଳେ ଦେବଗଡ଼ ବନଖଣ୍ଡ ପାଲଲହଡା ପଟୁ ୧୪ ଟିକିଆ ହାତୀପଲ ଗତକାଲି ସଂଧ୍ୟାରେ ଗୋଳାବନ୍ଧ ରିଜର୍ଭ ଫରେଷ୍ଟରେ ରହିଥିଲେ । ଏଥିରେ ୫ଟି ଛୁଆ ହାତୀ ଥିବାବେଳେ ୬ଟି ମାଈହାତୀ ଓ ୩ଟି ଦନ୍ତାହାତୀ ଥିଲେ । ରାତି ହାତୀପଲକୁ ସାଲେଇକେନା ଆଡକୁ ଘଉଡ଼ାଇଥିଲେ ବନକର୍ମଚାରୀ ଓ ସ୍ଥାନୀୟ ଲୋକେ । ହେଲେ ଆଜି ସହି ଦଳର ଏକ ଦନ୍ତା ମରିପଡ଼ିଥିବା ଦେଖିବାକୁ ମିଳିଥିଲା । ମୃତ ଦନ୍ତାର ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.