Below header

ଫେରାର ମଙ୍ଗୁଳା କନ୍ୟା ଥାନାରେ ହାଜର ହେଲେ, ବାହା ହେବାକୁ ଚାହୁଁଛନ୍ତି ବୋଲି ଲିଖିତ ଜଣାଇଲେ

ଥାନାରେ ହାଜର ହେଲେ ଫେରାର କନ୍ୟା । ବଲାଙ୍ଗିର ଜିଲ୍ଲା ବୁଢିସିଣ୍ଡୋଲ ଗାଁର ମାଧବି ଗାଇଗରିଆ ଓ ପଟୁଆ ପାଲି ଗାଁର ଧିରୋଜଙ୍କ ବିବାହ ଥିଲା । ଏନେଇ ସବୁ ପ୍ରସ୍ତୁତି ସରିଥିଲା । ତେବେ ଏହାର କିଛି ସମୟ ପୂର୍ବରୁ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିଲେ ପ୍ରେମିକା ।

ବଲାଙ୍ଗିର(କେନ୍ୟୁଜ୍):  ଥାନାରେ ହାଜର ହେଲେ ଫେରାର କନ୍ୟା । ବଲାଙ୍ଗିର ଜିଲ୍ଲା ବୁଢିସିଣ୍ଡୋଲ ଗାଁର ମାଧବି ଗାଇଗରିଆ ଓ ପଟୁଆ ପାଲି ଗାଁର ଧିରୋଜଙ୍କ ବିବାହ ଥିଲା । ଏନେଇ ସବୁ ପ୍ରସ୍ତୁତି ସରିଥିଲା । ତେବେ ଏହାର କିଛି ସମୟ ପୂର୍ବରୁ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିଲେ ପ୍ରେମିକା ।

ମାଧବୀ ତାଙ୍କ ୪ ବର୍ଷର ପ୍ରେମିକ ହେମନ୍ତ ମହାକୁଡଙ୍କ ଘରକୁ ପଳାଇଥିଲେ । ଆଉ ପ୍ରେମିକକୁ ବାହା ହେବାକୁ କହିଥିଲେ । ଝିଅ ନିଖୋଜ ନେଇ ପୁଇଁତଲା ଥାନାରେ ଅଭିଯୋଗ କରିଥିଲେ ମାଧବୀଙ୍କ ପରିବାର ଲୋକ। ତେବେ ଆଜି ପ୍ରେମୀ ଯୁଗଳ ମାଧବୀ ଓ ହେମନ୍ତ ଥାନାରେ ହାଜର ହୋଇଛନ୍ତି । ଉଭୟ ଉଭୟଙ୍କୁ ଦୀର୍ଘ ୪ବର୍ଷ ହେବ ଭଲ ପାଉଛନ୍ତି ।

ଆଉ ବାହା ହେବାକୁ ଚାହୁଁଛନ୍ତି ବୋଲି ପୋଲିସକୁ ଲିଖିତ ଭାବରେ ଜଣାଇଛନ୍ତି । ପଟୁଆପାଲି ଗାଁର ଧିରୋଜଙ୍କ ସହ ମାଧବୀଙ୍କ ବିବାହ ହେବାର ଥିଲା । ତେବେ ବର ଆସିବାର କିଛି ସମୟ ପୂର୍ବରୁ ପ୍ରେମିକ ସହ ଫେରାର ହୋଇଯାଇଥିଲା କନ୍ୟା । ବଲାଙ୍ଗିର ଜିଲ୍ଲାରେ ଏହି ଘଟଣା ଏବେ ରୋଚକ ସ୍ଥିତିରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.