ଦିଗପହଣ୍ଡିରେ ଅଭାବନୀୟ ଘଟଣା, ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ତଲାସିଙ୍ଗି ଗାଁରେ ଅଭାବନୀୟ ଘଟଣା । ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ । ମୃତକ ହେଉଛନ୍ତି ରାଉରକେଲାର ଅରୁଣ ପଣ୍ଡା । ବ୍ରହ୍ମପୁରର ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ପରିବାର ସହ ଆସିଥିଲେ ଅରୁଣ । ଅପରାହ୍ନରେ ବାପା ପୁଅ ଘୋଡ଼ାହାଡ଼ ନଦୀକୁ ଗାଧୋଇବାକୁ ଯାଇଥିଲେ ।

ଗଞ୍ଜାମ(କେନ୍ୟୁଜ):  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ତଲାସିଙ୍ଗି ଗାଁରେ ଅଭାବନୀୟ ଘଟଣା । ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ । ମୃତକ ହେଉଛନ୍ତି ରାଉରକେଲାର ଅରୁଣ ପଣ୍ଡା । ବ୍ରହ୍ମପୁରର ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ପରିବାର ସହ ଆସିଥିଲେ ଅରୁଣ । ସ୍ତ୍ରୀ ଓ ପୁଅ କୁ ଧରି, , ଆଜି ତାଙ୍କ ଶ୍ୱଶୁର ଘର ତଲାସିଙ୍ଗି କୁ ସମସ୍ତେଆସିଥିଲେ । ଅପରାହ୍ନରେ ବାପା ପୁଅ ଘୋଡ଼ାହାଡ଼ ନଦୀକୁ ଗାଧୋଇବାକୁ ଯାଇଥିଲେ ।

ତେବେ ନଦୀର ଗଣ୍ଡରେ ପୁଅ ଖସି ପଡ଼ିଥିଲେ । ପୁଅକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ଡେଇଁ ପଡିଥିଲେ ଅରୁଣ । ପୁଅକୁ ଟାଣିନେଇ ବାହାରକୁ ଠେଲିଦେଇଥିଲେ, ହେଲେ ନିଜେ ବାହାରକୁ ବାହାରି ପାରିନଥିଲେ । ପୁଅ କିଛି ସମୟ ଅପେକ୍ଷା କରି ଘରକୁ ଆସି କହିଥିଲେ । ପରିବାର ଲୋକଙ୍କ ସହିତ ସରପଞ୍ଚ ଓ ଗ୍ରାମବାସୀ ନଦୀ କୂଳରେ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲେ ।

ପରେ ଦମକଳ ବାହିନୀ ଦୁଇ ଘଣ୍ଟା ଖୋଜାଖୋଜି କରି ଅରୁଣଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୁଅକୁ ବଞ୍ଚାଇବାକୁ ଯାଇ ବାପା ର ମୃତ୍ୟୁ ଘଟଣା ଉକ୍ତ ଅଂଚଳରେ ଶୋକ ଖେଳାଇ ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.