Below header

କାଳ ହେଲା SHG ଗ୍ରୁପ ପଇସା ! ସୁଝି ନପାରି ବେକରେ ଶାଢ଼ି ଲଗାଇ ଜୀବନ ହାରିଲେ ମହିଳା

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ୱର ଚିନ୍ତାମଣିଶ୍ୱର ଜେନା କଲୋନୀରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବେକରେ ଶାଢ଼ି ଲଗାଇ ଜୀବନ ହାରିଥିବା ସନ୍ଦେହ କରାଯାଉଛି । SHG ଗ୍ରୁପ ପଇସା ସୁଝି ନପାରିବାରୁ ଏପରି ଚରମ ନିଷ୍ପତ୍ତି ନେଇଥିବାର କୁହାଯାଉଛି ।

ଭୁବନେଶ୍ୱର (କେନ୍ୟୁଜ) : ଘର ଭିତରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ। ଭୁବନେଶ୍ୱର ଚିନ୍ତାମଣିଶ୍ୱର ଜେନା କଲୋନୀରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । SHG ଗ୍ରୁପ ପଇସା ସୁଝି ନପାରିବାରୁ ଏପରି ଚରମ ନିଷ୍ପତ୍ତି ନେଇଥିବାର କୁହାଯାଉଛି । ମୃତ ମହିଳାଙ୍କ ନାଁ ଜେ.କେ ମିଲନ୍ ବୋଲି ଜଣାପଡିଛି । ତାଙ୍କ ବୟସ ପାଖାପାଖି ୪୦ ବର୍ଷ । ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର ଦୁଇ ପିଲାଙ୍କୁ ସେ ପଠାଇ ଦେଇଥିଲେ ବୋଲି ସୂଚନା ମିଳିଛି ।

ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ କବାଟ ଭାଙ୍ଗି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ଅନୁମାନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.