ଏହି ଟିପ୍ସକୁ ଫଲୋ କଲେ ମିଳିବ ୧ ଲକ୍ଷ ଟଙ୍କା ରିହାତି

ନୂଆ କାର କିଣିବା ସମୟରେ ଏହି ଟିପ୍ସକୁ ମାନନ୍ତୁ, ମିଳିବ ଡିଲରଙ୍କ ଠୁ ଏକ ଲକ୍ଷ ଟଙ୍କା ଯାଏ ରିହାତି

ନୂଆ କାର କିଣିବା ସମୟରେ ଅନେକ ଗ୍ରାହକ ଆଶା କରନ୍ତି ଯେ ଡିଲରସିପ୍ ସେମାନଙ୍କୁ କିଛି ରିହାତି ପ୍ରଦାନ କରୁ । କିନ୍ତୁ ଏହା ଏତେ ସହଜ ନୁହେଁ। ଏଠାରେ ଆମେ ଆପଣଙ୍କୁ ଏହା ସମ୍ବନ୍ଧୀୟ କିଛି ଟିପ୍ସ କହିବାକୁ ଯାଉଛୁ । ଏହାକୁ ମାନିଲେ ଆପଣ ନିଜ ମନ ପସନ୍ଦ କାର କୁ ବଢିଆ ରିହାତିରେ ପାଇପାରିବେ ।

ଭାରତରେ ଏବେ କ୍ରମାଗତ ଭାବେ ନୂଆ କାର କ୍ରୟ ହେଉଛି । ପ୍ରତି ମାସରେ ଲକ୍ଷ ଲକ୍ଷ କାର ବିକ୍ରି ହେଉଛି । ନୂଆ କାର କିଣିବାବେଳେ ଏକ୍ସ-ସୋରୁମ୍ ମୂଲ୍ୟ ବ୍ୟତୀତ ଆପଣଙ୍କୁ ରୋଡ ଟାକ୍ସ ଏବଂ ବୀମା ସହିତ ବିଭିନ୍ନ ଦେୟ ଦେବାକୁ ପଡିଥାଏ । ଏଭଳି ପରିସ୍ଥିତିରେ କାରର ମୂଲ୍ୟ ବହୁତ ଅଧିକ ହୋଇଯାଏ । ନୂଆ କାର କିଣିବା ସମୟରେ ଅନେକ ଗ୍ରାହକ ଆଶା କରନ୍ତି ଯେ ଡିଲରସିପ୍ ସେମାନଙ୍କୁ କିଛି ରିହାତି ପ୍ରଦାନ କରିବ । କିନ୍ତୁ ଏହା ଏତେ ସହଜ ନୁହେଁ । ଏଠାରେ ଆମେ ଆପଣଙ୍କୁ କିଛି ଟିପ୍ସ କହିବାକୁ ଯାଉଛୁ, ଯାହା ମାଧ୍ୟମରେ ଆପଣ ଏକ ଭଲ କାର କିଣିବା ସମୟରେ ବହୁତ ଟଙ୍କା ସଞ୍ଚୟ କରିପାରିବେ।

– ଅନେକ କାର୍ କମ୍ପାନୀ ଅଛନ୍ତି ଯେଉଁମାନେ ସମୟ ସହିତ ସେମାନଙ୍କ ଗାଡିର ମଡେଲ ଉପରେ ରିହାତି ପ୍ରଦାନ କରନ୍ତି । ତେଣୁ ଯେତେବେଳେ ବି ଆପଣ କାର କିଣିବାକୁ ଯାଉଛନ୍ତି ଅନଲାଇନ୍ ୱେବସାଇଟ୍ ଚେକ କରି ରିହାତି ଯାଞ୍ଚ କରନ୍ତୁ ।

– ଆଜିକାଲି ଯଦି ଆପଣ ବଜାରରେ କୌଣସି ଲୋକପ୍ରିୟ କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ରିହାତି ପାଇବା ବହୁତ କଷ୍ଟକର । ଯଦି ଆପଣ ପ୍ରକୃତରେ କିଛି ଟଙ୍କା ସଞ୍ଚୟ କରିବାକୁ ଚାହାଁନ୍ତି ତେବେ କାର ଡିଲରଙ୍କ ଠାରୁ ଯାନ ବୀମା ଚୟନ କରନ୍ତୁ ନାହିଁ । ଆପଣ ନିଜ ପାଇଁ ବୀମା ବାଛିବା ଭଲ ହେବ । ଏଥିପାଇଁ ଆପଣ ଅନଲାଇନ୍ ଅପ୍ସନ୍ ବାଛିପାରିବେ ।

– ପ୍ରଥମେ ଏକ ଶୋ’ରୁମ୍ ଯାଇ ଦେଖନ୍ତୁ ଏବଂ କାର ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ । ତା’ପରେ ଦ୍ୱିତୀୟ ଶୋ’ରୁମକୁ ଯାଇ ଦେଖନ୍ତୁ , ସେଠାରେ ଅଧିକ ଦାମ ଥିଲେ କୁହନ୍ତୁ ଯେ ପ୍ରଥମ ଶୋ’ରୁମରେ ଭଲ ଅପସନ ରହିଛି । ତା’ପରେ ତୃତୀୟ ଶୋ’ରୁମକୁ ଯାଇ ସମାନ କାମ କରନ୍ତୁ । ଏମିତିରେ ଆପଣଙ୍କର ଲାଭ ନିଶ୍ଚିତ ହେବ । ଆପଣ ଆଇଡ଼ିଆ ପାଇଯିବେ କେଉଁଠାରୁ କିଣିଲେ ଆପଣକୁ କମ ପଡିବ ।

ଏହିପରି ଭାବେ ଆପଣ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବେ। ଯଦି ଆପଣଙ୍କର ପନ୍ଦର ବର୍ଷରୁ ଅଧିକ କାର୍ ଅଛି, ତେବେ ଆପଣ ଏହାକୁ ସ୍କ୍ରାପ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଏକ ସାର୍ଟିଫିକେଟ୍ ଦିଆଯାଇଛି ଏବଂ ଏହି ସାର୍ଟିଫିକେଟ୍ ମାଧ୍ୟମରେ ଆପଣ ଏକ ନୂଆ କାର କିଣିବାରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.