Below header

ଘରୋଇ ସ୍କୁଲ୍‌ ଫି ବୃଦ୍ଧି ପ୍ରସଙ୍ଗକୁ ଆପୋସ ବୁଝାମଣାରେ ସମାଧାନ ପାଇଁ ପରାମର୍ଶ ଦେଲେ ହାଇକୋର୍ଟ

କଟକ(କେ ନ୍ୟୁଜ): ଘରୋଇ ସ୍କୁଲ୍‌ ଫି ବୃଦ୍ଧି ପ୍ରସଙ୍ଗରେ ଆପୋସ ସମାଧାନ ପାଇଁ ଆଜି ଓଡିଶା ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ବୈଠକ ଡାକି ଆଲୋଚନା କରି ସମାଧାନର ସୂତ୍ର ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ହାଇକୋର୍ଟ । ଏକ ମାମଲାର ଶୁଣାଣି କରି ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ମିଳିତ ବୈଠକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅଭିଭାବକ ମହାସଂଘ, ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ଆବେଦନକାରୀ ଅଭିଭାବକଙ୍କୁ ସାମିଲ କରିବାକୁ କୁହାଯାଇଛି ।

private school

ବୈଠକରେ ଯାହା ଫଳ ବାହାରିବ ସେ ସମ୍ପର୍କରେ ଆସନ୍ତା ଏକ ସପ୍ତାହ ମଧ୍ୟରେ କୋର୍ଟଙ୍କୁ ଅବଗତ କରିବା ପାଇଁ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । କରୋନା କଟକଣା ପାଇଁ ସ୍କୁଲଗୁଡ଼ିକ ବନ୍ଦ ରହିଥିବା ବେଳେ ଘରୋଇ ସ୍କୁଲ ଗୁଡ଼ିକ ପକ୍ଷରୁ ଟ୍ୟୁସନ୍‌ ଫି, ବସ୍‌ ଫି ଏବଂ ଅନ୍ୟାନ୍ୟ ଫି ଆଦାୟକୁ ନେଇ କିଛି ଦିନ ପୂର୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଭାବକ ସଂଘ । ଅନ୍ୟପକ୍ଷରେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଅଭିଭାବକ ମହାସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.