Below header

ଦ୍ୱିତୀୟ ସ୍ତ୍ରୀ ପାଇଁ ପ୍ରଥମ ସ୍ତ୍ରୀକୁ ଘରୁ ତଡିଲା ସ୍ୱାମୀ, ନ୍ୟାୟ ଦାବିରେ ୨ ଛୁଆଙ୍କୁ ଧରି ଥାନା ଆଗରେ ମହିଳା

ଚାନ୍ଦବାଲି (କେନ୍ୟୁଜ): ୧୬ବର୍ଷ ତଳେ ବୈଦିକ ରିତିରେ ବିବାହ କରିଥିଲେ । ଏବେ ୨ ଛୁଆ । ହେଲେ ସ୍ୱାମୀ ଆଉ ଜଣଙ୍କୁ ବାହା ହେବାରୁ ପ୍ରଥମ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା । ଏବେ ନ୍ୟାୟ ଦାବିରେ ୨ଛୁଆଙ୍କୁ ଧରି ଚାନ୍ଦବାଲି ଥାନା ଆଗ ହନୁମାନ ମନ୍ଦିରରେ ବସିରହିଛି ପ୍ରଥମ ସ୍ତ୍ରୀ । ଏମିତି ଅଭିଯୋଗ ଆସିଛି ଦ୍ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଏ.ନେ.ସି ଅଂଚଳରୁ ।

ଅଭିଯୋଗ ମୁତାବକ ଅନିତା ଦାସ ଚାନ୍ଦବାଲି ଏ.ନେ.ସି ରାମପଲ୍ଲୀ ଗାଁର ପ୍ରକାଶ ଦାସଙ୍କୁ ବିବାହ କରିଥିଲେ । ସଂସାର ଠିକ ଠାକ ଚାଲିଥିଲା । ହେଲେ ପ୍ରକାଶ ୨ୟ ବିବାହ କରିବା ପରେ ପ୍ରଥମ ସ୍ତ୍ରୀକୁ ସ୍ୱାମୀ , ଶାସୁ ,ଶଶୁର ମାଡ ମାରି ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି ଅନିତା । ତେବେ ନ୍ୟାୟ ଦାବିରେ ସେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ ମଦ୍ୟ ପୋଲିସ କିଛି ବୁଝୁନଥିବା ସେ ଅଭିଯୋଗ କରିଛନ୍ତି । ତେବେ ଶାଶୁ ଘର ଲୋକେ ଘରକୁ ଛାଡୁନଥିବାରୁ ୨ଛୁଆଙ୍କୁ ଧରି ଶୀତ ରାତିରେ ଚାନ୍ଦବାଲି ଥାନା ଆଗ ହନୁମାନ ମନ୍ଦିରରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । ତେବେ ତୁରନ୍ତ ପୋଲିସ ହସ୍ତକ୍ଷପ କରି ଏହି ଘଟଣାର ସମାଧାନ କରିବାକୁ ସାଧାରଣରେ ଦାବି ।

 

k

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.