ଜଙ୍ଗଲରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ପରେ ଫିଙ୍ଗିଦେଇଥିବା ସନ୍ଦେହ

ପରଜଙ୍ଗ ଥାନା ବସୋଇ ଗ୍ରାମ୍ୟ କାଜୁ ଜଙ୍ଗଲରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର। ମୃତକ ହେଲେ ବସୋଇ ଗ୍ରାମର ମନୁଜା ବିଶ୍ବାଳ।

କାମାକ୍ଷାନଗର (କେନ୍ୟୁଜ): ପରଜଙ୍ଗ ଥାନା ବସୋଇ ଗ୍ରାମ୍ୟ କାଜୁ ଜଙ୍ଗଲରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର। ମୃତକ ହେଲେ ବସୋଇ ଗ୍ରାମର ମନୁଜା ବିଶ୍ବାଳ। ମୁହଁରେ ଗଭୀର ଆଘାତ ଲାଗିଥିବା କୁହାଯାଉଛି । ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହ ନିକଟରେ ଏକ ବାଇକ ପଡିରହିଥିବାର ଦେଖିବାକୁ ମିଳିଥିଲା । ତେବେ ହତ୍ୟା କରିବା ପରେ ଯୁବକଙ୍କୁ କେହି ଫିଙ୍ଗି ଦେଇଥିବା କଥା ଅନୁମାନ କରାଯାଉଛି ।