Below header

ଆସିଲା ଓଡ଼ିଶା ବ୍ୟାଘ୍ର ଗଣନା ରିପୋର୍ଟ: ରାଜ୍ୟରେ ଅଛନ୍ତି ୩୦ ବାଘ, ୮ ଶାବକ

ଓଡ଼ିଶାରେ ବଢ଼ିଛି ମହାବଳ ବାଘ ସଂଖ୍ୟା । ରାଜ୍ୟରେ ୩୦ଟି ବାଘ ଓ ୮ ଶାବକ ଅଛନ୍ତି । ପ୍ରଥମ ଓଡ଼ିଶା ବ୍ୟାଘ୍ର ଗଣନାରୁ ଏହି ତଥ୍ୟ ସାମନାକୁ ଆସିଛି । ୨୦୨୨ରେ ଓଡ଼ିଶାରେ ବାଘଙ୍କ ସଂଖ୍ୟା ଥିଲା ୨୦ । ଶିମିଳିପାଳ ଅଭୟାରଣ୍ୟରେ ଅଛନ୍ତି ସର୍ବାଧିକ ୨୭ଟି ମହାବଳ ଓ ୮ ଶାବକ ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ବଢ଼ିଛି ମହାବଳ ବାଘ ସଂଖ୍ୟା । ରାଜ୍ୟରେ ୩୦ଟି ବାଘ ଓ ୮ ଶାବକ ଅଛନ୍ତି । ପ୍ରଥମ ଓଡ଼ିଶା ବ୍ୟାଘ୍ର ଗଣନାରୁ ଏହି ତଥ୍ୟ ସାମନାକୁ ଆସିଛି । ୨୦୨୨ରେ ଓଡ଼ିଶାରେ ବାଘଙ୍କ ସଂଖ୍ୟା ଥିଲା ୨୦ । ଶିମିଳିପାଳ ଅଭୟାରଣ୍ୟରେ ଅଛନ୍ତି ସର୍ବାଧିକ ୨୭ଟି ମହାବଳ ଓ ୮ ଶାବକ । ଏମାନଙ୍କ ଭିତରେ ୧୪ଟି ମାଈ ଓ ୧୩ଟି ଅଣ୍ଡିରା ବାଘ। ଶିମିଳିପାଳରେ ୧୧ଟି ବାଘ ଓ ୧୩ଟି କଳାବାଘ ଅଛନ୍ତି । ୧୧ ବାଘ ଭିତରେ ୭ ମାଈ ଓ ୪ଟି ଅଣ୍ଡିରା ।

ସେହିପରି ୧୩ କଳାବାଘରେ ଅଛନ୍ତି ୭ଟି ମାଈ ଓ ୬ଟି ଅଣ୍ଡିରା ପ୍ରଜାତିର । ରାଜ୍ୟରୁ ଚିହ୍ନଟ ହୋଇଥିବା ସବୁ ବାଘୁଣୀ ଶିମିଳିପାଳରେ ଅଛନ୍ତି । ଏଠାରୁ ଠାବ ହୋଇଥିବା ୧୩ଟି କଳାବାଘ ପୃଥିବୀର ଅନ୍ୟ କୌଣସି ଜଙ୍ଗଲରେ ଦେଖାଯାଆନ୍ତି ନାହିଁ । ୨୦୨୩ ଅକ୍ଟୋବର ୧୫ ତାରିଖରୁ ଫେବ୍ରୁଆରୀ ୧୦ ତାରିଖ ଯାଏ ବାଘ ଗଣନା ହୋଇଥିଲା । ଏଥିପାଇଁ ବ୍ୟବହାର କରାଯାଇଥିଲା ୧୪ଶହ ୩୨ଟି ଟ୍ରାପ କ୍ୟାମେରା । ୪୭ ବନଖଣ୍ଡରେ ଚାଲିଥିବା ବାଘ ଗଣନାରେ ମୋଟ୍ ୫୬୭ଟି ଫଟୋ ଉତ୍ତୋଳନ ହୋଇଥିଲା । ଶିମିଳିପାଳ ବ୍ୟତୀତ କେନ୍ଦୁଝର, ହୀରାକୁଦ ଓ ପାରଳାଖେମୁଣ୍ଡି ବନ୍ୟପ୍ରାଣୀ ଡିଭିଜନରେ ଗୋଟିଏ ଲେଖାଏ ବାଘ ରହିଛନ୍ତି। ଗଣନାରୁ ଠାବ ହୋଇଥିବା ବାଘ ଶାବକଙ୍କ ବୟସ ବର୍ଷେରୁ କମ୍ । ଜାତୀୟ ପଶୁଙ୍କ ବଂଶ ବୃଦ୍ଧି ଓ ସେମାନଙ୍କ ପାଇଁ ଏକ ସୁରକ୍ଷିତ ଆବାସସ୍ଥଳୀ ସୃଷ୍ଟି କରିବାକୁ ନିରନ୍ତର ଉଦ୍ୟମ କରୁଛି ବନ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.