ତାତିରୁ ଆଶ୍ବସ୍ତି ଆଣି ଦେଇଛି ବର୍ଷା: ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କମିଛି ପାରଦ । ତାତିରୁ ଆଶ୍ବସ୍ତି ଆଣି ଦେଇଛି ବର୍ଷା । ବିଭିନ୍ନ ସ୍ଥାନରେ ଦୁଇ ତିନି ଦିନ ହେବ ପାଗ ମେଘୁଆ ରହିଛି । କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ବି ହୋଇଛି । ଆଜି ବି ଏମିତି ପାଗ ରହିପାରେ । ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୪ ଜିଲ୍ଲା ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ଭୁବନେଶ୍ୱର (କେନ୍ୟୁଜ): କମିଛି ପାରଦ । ତାତିରୁ ଆଶ୍ବସ୍ତି ଆଣି ଦେଇଛି ବର୍ଷା । ବିଭିନ୍ନ ସ୍ଥାନରେ ଦୁଇ ତିନି ଦିନ ହେବ ପାଗ ମେଘୁଆ ରହିଛି । କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ବି ହୋଇଛି । ଆଜି ବି ଏମିତି ପାଗ ରହିପାରେ । ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୪ ଜିଲ୍ଲା ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ସେହିପରି ଖୋର୍ଦ୍ଧା, ନୟାଗଡ, ପୁରୀ, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ । ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ଓ ବର୍ଷା ହେଉଛି । କାଲିଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକରୁ ମଧ୍ୟମ ବର୍ଷା ହୋଇଛି। ଗଂଜାମ ସାନଖେମୁଣ୍ଡିରେ ସର୍ବାଧିକ ୧୨୩.୦ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.