Below header

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ପିଅନକୁ ଉଠାଇ ନେଲା ପୋଲିସ

ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଡଙ୍ଗାସିଲ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ପରେ ଉତ୍ତେଜନା । ପିଅନ ଶିବ ପ୍ରସାଦ ମିଶ୍ରଙ୍କ ସମେତ ୬ ଜଣଙ୍କୁ ପୋଲିସ ଅଟକ ରଖିଛି। ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ସହିତ ପୋଲିସ ୧୬୪ ବୟାନ ପାଇଁ ରାୟଗଡ଼ା ଅଣାଯାଇଛି।

ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଡଙ୍ଗାସିଲ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ପରେ ଉତ୍ତେଜନା । ପିଅନ ଶିବ ପ୍ରସାଦ ମିଶ୍ରଙ୍କ ସମେତ ୬ ଜଣଙ୍କୁ ପୋଲିସ ଅଟକ ରଖିଛି। ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ସହିତ ପୋଲିସ ୧୬୪ ବୟାନ ପାଇଁ ରାୟଗଡ଼ା ଅଣାଯାଇଛି। ରାୟଗଡା sdpo ତଦନ୍ତକୁ ଜୋରଦାର କରିଛନ୍ତି । ପୀଡ଼ିତାଙ୍କ ସ୍ଵସ୍ଥ୍ୱାବସ୍ଥାରେ ଉନ୍ନତି ପରିଲିଖିତ ହୋଇଛି । ଆଜି ପୀଡ଼ିତାଙ୍କ ଡାକ୍ତରୀ ମାଇନା ହେବ।

ଛାତ୍ରୀଙ୍କୁ ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ପୋଲିସ ଗାଡ଼ି ଜାଳିଦେଇଛନ୍ତି ସ୍ଥାନୀୟ ଲୋକ । ଫଳରେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି । ଗ୍ରାମରେ ଏବେ ବି ଉତ୍ତେଜନା ଲାଗି ରହିଛି। ଡଂଗାସିଲ ଫାଣ୍ଡିକୁ ଗ୍ରାମବାସୀ ଘେରାଉ କରି ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରୁଛନ୍ତି। ଶହ ଶହ ଲୋକ ଡଂଗାସିଲ ଗ୍ରାମରେ ଏକତ୍ର ହୋଇ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.