Below header

ଆଜି କଟକ ମହାନଗରର ଡେପୁଟୀ ମେୟର ପଦବୀ ପାଇଁ ଭୋଟଗ୍ରହଣ

କଟକ(କେନ୍ୟୁଜ୍): ଆଜି ୧୦୫ଟି ପୌର ଉପାଧ୍ୟକ୍ଷ ପଦ ପାଇଁ ପରୋକ୍ଷ ନିର୍ବାଚନ ହେବ । କଟକ ମହାନଗରର ଡେପୁଟୀ ମେୟର ପଦବୀ ପାଇଁ ଭୋଟଗ୍ରହଣ ହେବ। ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ। ୧୧ଟାରୁ ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ଯାଞ୍ଚ, ଦିନ ଗୋଟାଏ ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର କରାଯିବ ।

ସାଢ଼େ ୧ଟାରୁ ୩ଟା ୩୦ ମଧ୍ୟରେ ଭୋଟ ଗ୍ରହଣ କରାଯିବ । ଏହାପରେ ସେହିଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ୮ରେ ବ୍ରହ୍ମପୁର ଓ ୯ରେ ଭୁବନେଶ୍ୱର ମହାନଗର ନିଗମ ଲାଗି ଡେପୁଟୀ ମେୟର ପଦ ପାଇଁ ନିର୍ବାଚନ ହେବ । ୨ରୁ ଅଧିକ ପ୍ରାର୍ଥୀ ରହିଲେ ରାଉଣ୍ଡ ୱାରି ଭୋଟିଂ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.