କେନ୍ଦ୍ରାପଡା ଓସ୍ତପୁରୁ ଗାଁରେ ଅଭାବନୀୟ ଘଟଣା: ଯୌତୁକ ଦାବିରେ ନବବିବାହିତାଙ୍କୁ ହତ୍ୟା !

କେନ୍ଦ୍ରାପଡା(କେନ୍ୟୁଜ୍): ଯୌତୁକ ଦାବିରେ ନବବିବାହିତାଙ୍କୁ ହତ୍ୟା ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଓସ୍ତପୁରୁ ଗାଁରୁ ଆସିଛି ଏଭଳି ଅଭିଯୋଗ । ମୃତକ ହେଲେ ପ୍ରଜ୍ଞାଶ୍ରୀ ସାମଲ । ଶାଶୁ ଘର ଲୋକ ଓ ସମ୍ପର୍କୀୟ କୌଣସି ଉପାୟରେ ଝିଅକୁ ମାରି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ନବବିବାହିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

୨୦୨୧ ମସିହାରେ କରିଲୋପାଟଣା ଗାଁର ଦିଲ୍ଲୀପ ରାଉତଙ୍କ ଝିଅ ପ୍ରଜ୍ଞାଶ୍ରୀ ରାଉତ ଓସ୍ତପୁରୁ ଗାଁର ବ୍ରଜବନ୍ଧୁ ସାମଲଙ୍କ ପୁଅ ଅବକାଶ ସାମଲଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ବିବାହ ସମୟରେ ଦିଲ୍ଲୀପ ଯୌତୁକ ବାବଦକୁ ୮ ଲକ୍ଷ ଏବଂ ସୁନା ଗହଣ ଦେଇଥିଲେ । କିନ୍ତୁ ବର୍ଷସାରା ଶାଶୁଘର ଲୋକେ ଝିଅକୁ ନିର୍ଯାତନା ଦେଉଥିବା ପ୍ରଜ୍ଞାଶ୍ରୀଙ୍କ ପରିବାର ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.