Below header

ଭାରସାମ୍ୟ ହରାଇ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର, ଡ୍ରାଇଭର ଗୁରୁତର

ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର। ଭାରସାମ୍ୟ ହରାଇ ମାଡିଗଲା ଗ୍ୟାସ ବୋଝେଇ ଟ୍ୟାଙ୍କର। ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ୟାଙ୍କର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

ଯାଜପୁର (କେନ୍ୟୁଜ): ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର । ଭାରସାମ୍ୟ ହରାଇ ମାଡିଗଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ୟାଙ୍କର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ ଗ୍ୟାସ ବୋଝେଇ ଟ୍ୟାଙ୍କରଟି ଆଜି କଟକ ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲ ଛକ ନିକଟରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏକ ଘର ଉପରକୁ ମାଡି ଯାଇଥିଲା । ଫଳରେ ଘରର ପାଚେରୀ ସମ୍ପୂର୍ଣ ରୂପେ ଭାଙ୍ଗି ଯାଇଥିଲା । ତେବେ ଏଥିରେ କାହାରି କୌଣସି କ୍ଷତି ହୋଇନି । ଘରଟି ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ଶତପଥୀଙ୍କର ହୋଇଥିବା ବେଳେ ଏଠାରେ ରୋଗୀଙ୍କ ଭିଡି ଦେଖିବାକୁ ମିଳିଥାଏ । ତେବେ ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି । ଖବର ପାଇ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.