ବ୍ଲାକ ଫ୍ରାଇଡେ: ବିଭିନ୍ନ ସ୍ଥାନରୁ ଆସୁଛି ଦୁର୍ଘଟଣା ଓ ମୃତ୍ୟୁର ଖବର, ଗୋଟିଏ ଦିନରେ ୮ ମୃତ

ଅଶୁଭ ଶୁକ୍ରବାର। ତିନୋଟି ଦୁର୍ଘଟଣାରେ ଗଲା ୮ଜୀବନ। ସୋରଡ଼ା, ଜଳେଶ୍ବର ଓ ଅନୁଗୋଳରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି।

ସୋରଡ଼ା, ଜଳେଶ୍ବର ଓ ଅନୁଗୁଳ (କେନ୍ୟୁଜ): ଅଶୁଭ ଶୁକ୍ରବାର ।  ଗୋଟିଏ ଦିନରେ ଦୁର୍ଘଟଣାରେ ଗଲା ୮ ଜୀବନ । ସୋରଡ଼ା, ଜଳେଶ୍ବର ଓ ଅନୁଗୋଳରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ସୋରଡ଼ା ଥାନା ପୋଡ଼ାଖାରୀ ଗାଁ ନିକଟରେ ୨ ବାଇକ୍ ମୁହାଁମୁହିଁ ଧକ୍କାରେ ୫ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ହୋଇଛନ୍ତି ।

ସୂଚନା ମୁତାବକ ୩ ଜଣ ବାଇକରେ ,ସୋରଡ଼ାରୁ ଅଶୁରବନ୍ଧ ବାଇକ ଯୋଗେ ଯାଉଥିବାବେଳେ ଅନ୍ୟ ୩ ଜଣ ସ୍କୁଟିରେ ସୋରଡ଼ାରୁ ଆସୁଥିବାବେଳେ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତାହତମାନେ ସୋରଡ଼ା ଅଞ୍ଚଳର ।

ଏପଟେ ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ଦୁଇ ସାଙ୍ଗ ମୃତ । ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି  । ଗତକାଲି ରାତିରେ ତିନି ଜଣ ଯୁବକ ସାଙ୍ଗ ହୋଇ ଗୋଟିଏ ବାଇକରେ ତାଳସାରୀ ବେଳାଭୂମିକୁ ବୁଲିବାକୁ ଯାଉଥିଲେ । ଉଲୁଡା ଛକ ନିକଟରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ସେମାନଙ୍କ ବାଇକଟି ପଛ ପଟୁ ଧକ୍କା ଦେଇ ଥିଲା ।

ଏପଟେ ଟ୍ରକ୍ ଧକ୍କାରେ ଆଶାକର୍ମୀ ମୃତ । ଅନୁଗୋଳ ଥାନା ଛକରେ ଟ୍ରାଫିକ ଥାଇ ମଧ୍ୟ ଦୁର୍ଘଟଣାରେ ଜଣେ ଆଶା ଦିଦିଙ୍କ ମୃତ୍ୟୁ । ରାସ୍ତା ପାର ହେଉଥିବା ବେଳେ ଆଶାଦିଦିଙ୍କ ଉପରେ ଚଢ଼ିଗଲା ଟ୍ରକ । ଘଟଣା ସ୍ଥଳରେ ଆଶା ଦିଦିଙ୍କ ମୃତ୍ୟୁ ଘଟିଥିଲା । ଏହାକୁ କେନ୍ଦ୍ର କରି ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରି ଧାରଣା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.