Below header

ବାଇକ ଚୋରି ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଲା ଚୋର 

କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନୁହେଁ । କେବେ ନା କେବେ ତାର କଳାକାରନାମା ପଦାରେ ନିଶ୍ଚିତ ପଡିଥାଏ । ଆଉ ତା’ପରେ ଯାହା ହୁଏ ତାହା କାହାକୁ ଅଛପା ନାହିଁ ।

ଯାଜପୁର ଟାଉନ(କେନ୍ୟୁଜ୍‌): କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନୁହେଁ । କେବେ ନା କେବେ ତାର କଳାକାରନାମା ପଦାରେ ନିଶ୍ଚିତ ପଡିଥାଏ । ଆଉ ତା’ପରେ ଯାହା ହୁଏ ତାହା କାହାକୁ ଅଛପା ନାହିଁ । ଏମିତି ଏକ ଚୋରି ଘଟଣାରେ ଧରା ପଡ଼ିବା ପରେ ବନ୍ଧା ହୋଇଛି ଜଣେ ଯୁବକ। ପ୍ରାୟତଃ ସମୟରେ ଯାଜପୁର ଜିଲ୍ଲା ମେଡ଼ିକାଲରୁ ଚୋରି ହୋଇ ଆସୁଥିଲା ବାଇକ୍ । ଯାହାଫଳରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ରୋଗୀ ନେଇ ଆସୁଥିଲା ଲୋକେ । ତେବେ ଏନେଇ ଥାନାରେ ଅଭିଯୋଗ ପରେ ବି କିଛି ସୁଫଳ ମିଳି ପାରୁନଥିଲା।
ତେବେ ଗତକାଲି କିନ୍ତୁ ବାଇକ ଚୋରି କରୁଥିବା ବେଳେ ହଠାତ୍ ଧରାପଡିଯାଇଥିଲା ଚୋର ଜଣକ । ଯାଜପୁର ଜିଲ୍ଲା ମେଡ଼ିକାଲ ରୁ ବାଇକ ଚୋରି ବେଳେ ସୁରକ୍ଷାକର୍ମୀ ଙ୍କ ହାତରେ ଧରା ପଡିଥିଲା। ଜଣେ ବ୍ୟକ୍ତି ହସ୍ପିଟାଲ ପରିସରରେ ବାଇକଟି ରଖି ଭିତରକୁ ଯାଇଥିବା ସମୟରେ ଚୋରଟି ବାଇକକୁ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ ଦେଖି ସେଠାରେ ଥିବା ସୁରକ୍ଷା କର୍ମୀଙ୍କୁ ଖବର ଦେଇଥିଲେ।
ତେବେ ସୁରକ୍ଷା କର୍ମୀ ସମ୍ପୃକ୍ତ ଚୋରକୁ ଧରିବା ସହିତ ତୁରନ୍ତ ଯାଜପୁର ପୋଲିସର ଜିମା ଦେଇଥିଲେ। ପୋଲିସ  ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଡାକ୍ତରଖାନା ପରସର ରୁ ନିୟମିତ ବାଇକ ଚୋରି ହେଉଥିବା ଅଭିଯୋଗ ହେଉଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ସଭିଏଁ ସେଠାରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ହିଁ ଦାୟୀ କରୁଥିଲେ ।
ହେଲେ ଶେଷରେ ଚୋରକୁ ଧରିବାକୁ ସକ୍ଷମ ହୋଇଛନ୍ତି ସୁରକ୍ଷା କର୍ମୀ। ଧରାପଡିଲା ବାଇକ ଚୋର । ସବୁ ଦିନ ଖସିଯାଉଥିଲା ଏଥର କିନ୍ତୁ ସାଥ୍ ଦେଲାନି ଲକ୍ । ତେବେ ଏହି ଗ୍ୟାଙ୍ଗରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଏନେଇ ତଦନ୍ତ ଆରମ୍ଭ କରିଛି  ଯାଜପୁର ପୋଲିସ୍ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.