ରାୟଗଡ଼ାରେ ପୃଥକ ପୃଥକ ସ୍ଥାନରେ ବାଇକ୍ ଦୁର୍ଘଟଣା :୨ ମୃତ, ୪ ଆହତ

ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ରାୟଗଡାରେ ବିଳମ୍ବିତ ରାତ୍ରରେ ପୃଥକ୍ ପୃଥକ୍ ସ୍ଥାନରେ ଦୁର୍ଘଟଣା , ୨ ମୃତ ।

ରାୟଗଡା (କେନ୍ୟୁଜ): ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ରାୟଗଡାରେ ବିଳମ୍ବିତ ରାତ୍ରରେ ପୃଥକ୍ ପୃଥକ୍ ସ୍ଥାନରେ ଦୁର୍ଘଟଣା , ୨ ମୃତ । ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଳ ନିକଟର ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଦଶହରା ଦେଖି ଫେରୁଥିବାବେଳେ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଗୁରୁତର । ଅଗ୍ନିଶମ ବିଭାଗ ଆହତ ମାନଙ୍କୁ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ସେହିପରି କାଶିପୁର ଥାନା ଅନ୍ତର୍ଗତ ଯୋଡ଼ାଆମ୍ବ ରେ ଦୁଇ ବାଇକ୍ ଧକ୍କା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ହୋଇଛନ୍ତି । ଆହତଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.