Below header

ଲାଇନଚ୍ୟୁତ ମେମୁ ଟ୍ରେନକୁ ଟ୍ରାକକୁ ହଟାଇ ରେଳ ଧାରଣା ହେଲା ମରାମତି, ସ୍ବାଭାବିକ ହେଲା ରେଳ ଚଳାଚଳ

ଆଜି ସଂଧ୍ୟା ପ୍ରାୟ ୭ଟା ବେଳେ ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ମେମୁ ଟ୍ରେନ ସରଲା ନିକଟରେ ଲାଇନଚ୍ୟୁତ ହୋଇଥିଲା। ଏକ ମଇଁଷିକୁ ଧକ୍କା ଦେବା ପରେ ଧାରଣାରୁ ଖସି ଯାଇଥିଲା ମେମୁ ଟ୍ରେନ।

କେନ୍ୟୁଜ୍(ବ୍ୟୁରୋ):  ସ୍ବାଭାବିକ ହେଲା ସମ୍ବଲପୁର- ଝାରସୁଗୁଡ଼ା ମଧ୍ୟରେ ରେଳ ଚଳାଚଳ। ଲାଇନଚ୍ୟୁତ ମେମୁ ଟ୍ରେନକୁ ଟ୍ରାକକୁ ହଟାଇ ରେଳ ଧାରଣା ମରାମତି କରିବା ପରେ ଗଡ଼ିଲା ଟ୍ରେନ। ଆଜି ସଂଧ୍ୟା ପ୍ରାୟ ୭ଟା ବେଳେ ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ମେମୁ ଟ୍ରେନ ସରଲା ନିକଟରେ ଲାଇନଚ୍ୟୁତ ହୋଇଥିଲା।

ଏକ ମଇଁଷିକୁ ଧକ୍କା ଦେବା ପରେ ଧାରଣାରୁ ଖସି ଯାଇଥିଲା ମେମୁ ଟ୍ରେନ। ଟ୍ରେନରେ ପ୍ରାୟ ୨୦୦ ଜଣ ଯାତ୍ରୀ ଥିଲେ l ତେବେ ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ଘଟିନଥିଲା। ଟ୍ରେନ ଲାଇନଚ୍ୟୁତ ଯୋଗୁଁ କିଛି ଟ୍ରେନର ସମୟ ପରିବର୍ତ୍ତନ ହୋଇଥିବା ବେଳେ ସମ୍ବଲପୁରରୁ ଝାରସୁଗୁଡା ଯିବାକୁ ଥିବା ମେମୁ ଟ୍ରେନ ବାତିଲ ହୋଇଛି। ଯୁଦ୍ଧ କାଳୀନ ଭିତ୍ତିରେ ଲାଇନଚ୍ୟୁତ ହୋଇଥିବା ବଗିକୁ ଟ୍ରାକକୁ ଆଣିବା ପରେ ଟ୍ରେନ ପୁଣି ଗଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.