ରାଶିଫଳ : ଜାଣନ୍ତୁ କେଉଁ ରାଶିର ଲୋକଙ୍କ ପାଇଁ ଆଜି ଖୁସିର ଦିନ ହେବ

ଆପଣଙ୍କ ମନ ବହୁତ ଖୁସି ରହିବ । ଦୀର୍ଘ ସମୟ ଧରି ଅସୁବିଧାରେ ପଡ଼ିବା ପରେ ଆସନ୍ତାକାଲି ଆପଣଙ୍କ ମନରେ ଏକ ଅଦ୍ଭୁତ ଶାନ୍ତି ଆସିବ । ସ୍ୱାସ୍ଥ୍ୟ ଜନୀତ ସମସ୍ୟା ହୋଇପାରେ । ସେଥିପାଇଁ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମେଷ : ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିବ । ସମ୍ମାନ ବୃଦ୍ଧି ହୋଇପାରେ । କୌଣସି ଅତିଥିଙ୍କୁ ସମ୍ମାନିତ କରିବେ । ଭଲ କାମ ପାଇଁ ସମୟ ଉତ୍ସର୍ଗ କରିବେ । ଆପଣ ଚାହୁଁଥିବା କାମ ହୋଇପାରେ । ସ୍ୱାସ୍ଥ୍ୟ ଠିକ୍‌ ରହିବ । ପରିବାର ସହ ଖୁସିର ସମୟ କାଟିବେ । ସାଙ୍ଗଙ୍କ ସହ ଭେଟ ହୋଇପାରେ ।

ବୃଷ : ଆଜି ଆପଣ ଶୁଭ ଖବର ପାଇବେ । ବହୁତ ଦିନ ଧରି ଚିନ୍ତା କରିଥିବା ଯୋଜନା ହୋଇଯିବ । ଦିନଟି ଭଲରେ ବିତିବ । ବାଣିଜ୍ୟିକ ବିଷୟ ପ୍ରତି ଆଗ୍ରହ ଦେଖାଇବ । ଭାବପ୍ରବଣ ଭାବରେ କିଛି କାମ କରିବେ । କ୍ୟାରିୟର ପାଇଁ ଚିନ୍ତିତ ରହିପାରନ୍ତି । ଛାତ୍ରଛାତ୍ରୀମାନେ ପାଠ ପଢାରେ ମନ ଦେବେ । ମା’ଙ୍କ ସହ ଖୁସିର ସମୟ କାଟିବେ ।

ମିଥୁନ : ଆପଣ ଆଜି କିଛି ନୂତନ କାମରେ ଧ୍ୟାନ ଦେଇପାରନ୍ତି । ଆର୍ଥିକ ସ୍ଥିତି ପାଇଁ ଚିନ୍ତିତ ରହିବେ । କ୍ୟାରିୟର ବ୍ୟବସାୟରେ ଯତ୍ନବାନ ହେବେ । ଭୁଲ କାମ କରିବେ ନାହିଁ । କିଛି ନୂଆ ସମ୍ପର୍କ ତିଆରି ହେବ । ସମ୍ପର୍କୀୟଙ୍କଠାରୁ ସମର୍ଥନ ପାଇବେ । ଖର୍ଚ୍ଚ ବୃଦ୍ଧି ପାଇବ । ବହୁତ ସହଜରେ ଆଗକୁ ବଢିବେ । ବଜେଟ୍ ପ୍ରତି ଧ୍ୟାନ ଦେବେ ।

କର୍କଟ : ଉତ୍ସାହ ସହିତ କାମ କରିବେ । ଆର୍ଥିକ ସ୍ଥିତି ବୃଦ୍ଧି ପାଇବ । ପ୍ରିୟଜନଙ୍କ ସହିତ ଭଲ ସମ୍ପର୍କ ରହିବ । ସମସ୍ତଙ୍କ ବିଶ୍ୱାସ ଜିତିବ । ବିଭିନ୍ନ ବିଷୟ ଉପରେ ଗୁରୁତ୍ୱ ଦେବେ । କୌଣସି ପ୍ରତିଯୋଗିତା ଆଗକୁ ଯିବେ । ସକରାତ୍ମକ ଫଳାଫଳ ପାଇବେ । କିଛି କାମକୁ ବିଚାର କରି କରିବେ । ଶିଳ୍ପ ଏବଂ ବ୍ୟବସାୟ ଆଗକୁ ବଢିବ । ଲଭ୍‌ମେଣ୍ଟ୍‌ଙ୍କ ସହ ଖୁସିର ସମୟ କାଟିବେ ।

ସିଂହ : ପୁର୍ବରୁ କରିଥିବା କାମ ପାଇଁ ଲଭବାନ ହେବେ । କ୍ୟାରିୟରରେ ଆଗକୁ ବଢିବେ । ଆୟ ବୃଦ୍ଧି ହୋଇପାରେ । ଜୀବନସାଥୀଙ୍କ ସହ ଝଗଡା ହୋଇପାରେ । ଆସନ୍ତାକାଲି ଆପଣଙ୍କ ପାଇଁ ମାନସିକ ସ୍ତରରେ ବିଚଳିତ ଆଣି ପାରେ । ବ୍ୟାଙ୍କ କାମ ଭଲରେ ହୋଇଯିବ । କିଛି କାମକୁ ଅଣଦେଖା କରନ୍ତୁ ନାହିଁ । ନଚେତ୍ ଆପଣଙ୍କୁ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ ।

କନ୍ୟା : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଚିନ୍ତାଜନକ ରହିବ । ଅଫିସ୍‌ କାର୍ଯ୍ୟ ପାଇଁ ଚିନ୍ତିତ ରହିବେ । ଆପଣଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇପାରେ । କିନ୍ତୁ ଆପଣ ଆପଣଙ୍କର ସହକର୍ମୀ କିମ୍ବା ବନ୍ଧୁମାନଙ୍କଠାରୁ ଆର୍ଥିକ ସହାୟତା ପାଇପାରନ୍ତି । ଛାତ୍ରମାନଙ୍କ ନିଜ ପାଠ ପଢା ପ୍ରତି ଧ୍ୟାନ ଦେବା ଉଚିତ । ଅନ୍ୟଥା, ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିବ ଏବଂ ଆପଣଙ୍କ କ୍ୟାରିୟରକୁ ନଷ୍ଟ କରିପାରେ ।

ତୁଳା : ଆପଣଙ୍କ ପାଇଁ ଭଲ ଦିନ ହୋଇପାରେ । ଯଦି ଆପଣ କିଛି ବଡ ସମସ୍ୟାରେ ଫସି ରହିଛନ୍ତି ତେବେ ଆପଣ ଆସନ୍ତାକାଲି ସେହି ସମସ୍ୟାରୁ ମୁକ୍ତି ପାଇପାରିବେ । ଯେଉଁଥିପାଇଁ ଅପଣଙ୍କ ମନ ବହୁତ ଖୁସି ରହିବ । ଦୀର୍ଘ ସମୟ ଧରି ଅସୁବିଧାରେ ପଡ଼ିବା ପରେ ଆସନ୍ତାକାଲି ଆପଣଙ୍କ ମନରେ ଏକ ଅଦ୍ଭୁତ ଶାନ୍ତି ଆସିବ । ସ୍ୱାସ୍ଥ୍ୟ ଜନୀତ ସମସ୍ୟା ହୋଇପାରେ । ସେଥିପାଇଁ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କାଶ, ଥଣ୍ଡା ଇତ୍ୟାଦି ପରି ଆପଣଙ୍କର ଅଧିକ ସମସ୍ୟା ହୋଇପାରେ ।

ବିଛା : ଦିନଟି ଶୁଭହେବ । ଜୀବନସାଥୀଙ୍କ ସହ ଝଗଡା ହୋଇପାରେ । ଆପଣ ନିଜକୁ ସମସ୍ତ ପ୍ରକାରର ବିବାଦରୁ ରକ୍ଷା କରିବାକୁ ଚେଷ୍ଟା କରିବା ଉଚିତ୍, ନଚେତ୍ ଆପଣଙ୍କ ଘରେ ମତଭେଦ ହୋଇପାରେ । ଆପଣଙ୍କ ମନକୁ ଶାନ୍ତ କରିବା ପାଇଁ, ଏକାକୀ କିଛି ସମୟ ବିତାନ୍ତୁ କିମ୍ବା ମନ୍ଦିର କିମ୍ବା ପାର୍କ ଇତ୍ୟାଦିରେ କିଛି ଘଣ୍ଟା ବସନ୍ତୁ, ଏହା ଆପଣଙ୍କ ମନକୁ ଶାନ୍ତ ରଖିବ । ଆସନ୍ତାକାଲି ଛାତ୍ରମାନଙ୍କ ପାଇଁ ଏକ ଭଲ ଦିନ ହେବ । ଗତକାଲି ଆପଣଙ୍କ ପାଇଁ ଭଲ ଫଳାଫଳ ଆଣିଛି । ଆପଣ ନିଜ କ୍ୟାରିୟର ବିଷୟରେ ବହୁତ ଉତ୍ସାହିତ ରହିବେ, ସେଥିପାଇଁ ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିପାରେ ।

ଧନୁ : ଆପଣଙ୍କ ପାଇଁ ଦିନଟି ଅସୁବିଧାଜନକ ହୋଇପାରେ । ଯଦି ଆପଣ କୌଣସି ପ୍ରକାର ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଆପଣ କୌଣସି ପ୍ରକାର ଯାତ୍ରା କରିବା ଠାରୁ ଦୂରେଇ ରହିବା ଉଚିତ୍, ନଚେତ୍, ଯାତ୍ରା ସମୟରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଯଦି ଆପଣ ଏକ ଗାଡି କିଣିବାକୁ ଯୋଜନା କରୁଛନ୍ତି, ତେବେ ବର୍ତ୍ତମାନ ପାଇଁ ଆପଣଙ୍କର ନିଷ୍ପତ୍ତି ସ୍ଥଗିତ ରଖନ୍ତୁ । ଆପଣଙ୍କ ପିତାମାତାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୋଇପାରେ ।

ମକର : ଏହି ରାଶି ପାଇଁ ଏକ ଭଲ ଦିନ ହୋଇପାରେ । ଯଦି ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ଆପଣ ନୂତନ କାର୍ଯ୍ୟ ପାଇଁ ଆଜି ଏକ ବଡ଼ ନିଷ୍ପତ୍ତି ନେଇପାରିବେ । ଆପଣ ଠିକ୍ ସମୟରେ କୌଣସି ଖୁସି ଖବର ପାଇବେ । ଆସନ୍ତାକାଲି ଆପଣ ଜଣେ ଭ୍ରମଣକାରୀ ବ୍ୟକ୍ତିଙ୍କୁ ଭେଟି ପାରନ୍ତି । ଆର୍ଥିକ ସ୍ଥିତିରେ ଅସୁବିଧା ହୋଇପାରେ । କୌଣସି କାମ କରିବା ପୂର୍ବରୁ ଟିକେ ଚିନ୍ତା କରିକି କରିବା ଆପଣଙ୍କ ପାଇଁ ଠିକ୍‌ ହେବ ।

କୁମ୍ଭ : ଆପଣ ଆଜି ଖୁସି ରହିବେ । ଆଜି ଆପଣଙ୍କ କିଛି ପୁରୁଣା ଇଚ୍ଛା ପୂରଣ ହୋଇପାରେ । ଯାହା ଦ୍ୱାରା ଆପଣ ବହୁତ ଖୁସି ରହିବେ । ଆପଣ ନିଜ ଜୀବନ ସାଥୀଙ୍କ ସହିତ ବସି ଆପଣଙ୍କ ପରିବାର ଯୋଜନା ବିଷୟରେ କଥାବାର୍ତ୍ତା କରିପାରିବେ । ଏଥିପାଇଁ ଏକ ଭଲ ଦିନ ହୋଇପାରେ । ଆଜି କମ କଥା ହେବେ । ଏହି ପ୍ରକୃତି ଆପଣଙ୍କୁ କୌଣସି ବଡ ସମସ୍ୟାରୁ ବାହାର କରିପାରେ ।

ମୀନ : ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଭଲ ରହିବ । କିଛି କାମ ଯୋଗୁ ଲାଭବାନ ହୋଇପାରନ୍ତି । ଆପଣଙ୍କୁ କିଛି ବଡ ସଫଳତା ମଳିପାରେ । ବହୁତ ଖୁସି ରହିବେ । ଅନ୍ୟ ଲୋକଙ୍କ ଠାରୁ ସାହାର୍ଯ୍ୟ ମଳିବ । ଆର୍ଥିକ ସ୍ଥିତି ଠିକ୍‌ ରହିବ । ସ୍ୱାସ୍ଥ୍ୟ ଠିକ୍‌ ରହିବ । ଛାତ୍ରାଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ । ପରିବାର ସହ ଖୁସିର ସମୟ କାଟିବେ । ଲଭ୍‌ମେଣ୍ଟ୍‌ଙ୍କ ଠାରୁ ଉପହାର ମଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.