ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଧର୍ମ ମାସ କାର୍ତ୍ତିକରେ ବ୍ରତ ପାଳୁଛନ୍ତି ହବିଷ୍ୟାଳି

ଧର୍ମ ମାସ କାର୍ତ୍ତିକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପୁରୀରେ ରହି କାର୍ତ୍ତିକ ବ୍ରତ ପାଳୁଛନ୍ତି ହବିଷ୍ୟାଳି। ବ୍ରତଧାରୀ ମାନେ ବଢି ଭୋରରୁ ଉଠି ବିଭିନ୍ନ ପଞ୍ଚତୀର୍ଥ ପୁଷ୍କରିଣୀ ସ୍ନାନ କରିବା ସହ ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା କରିଛନ୍ତି।

ପୁରୀ (କେନ୍ୟୁଜ): ଧର୍ମ ମାସ କାର୍ତ୍ତିକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପୁରୀରେ ରହି କାର୍ତ୍ତିକ ବ୍ରତ ପାଳୁଛନ୍ତି ହବିଷ୍ୟାଳି। ବ୍ରତଧାରୀ ମାନେ ବଢି ଭୋରରୁ ଉଠି ବିଭିନ୍ନ ପଞ୍ଚତୀର୍ଥ ପୁଷ୍କରିଣୀ ସ୍ନାନ କରିବା ସହ ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା କରିଛନ୍ତି । ବିଭିନ୍ନ ହବିଷ୍ୟାଳି କେନ୍ଦ୍ରରେ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରୁଛନ୍ତି ହବିଷ୍ୟାଳୀ । କର୍ତ୍ତୀକ ମାସରେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ସାଧାରଣ ଭକ୍ତଙ୍କ ଭିଡ଼ ଜମିଥିବାବେଳେ ସେପଟେ ସ୍ୱତନ୍ତ୍ର ବସ ଦ୍ୱାରା ବ୍ରତଧାରୀ ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରୁଛନ୍ତି। ଭକ୍ତଙ୍କ ଗହଳକୁ ଦୃଷ୍ଟି ରେ ରଖି ଶ୍ରୀ ମନ୍ଦିର କାର୍ଯ୍ୟାଳୟ ନିକଟରୁ ସ୍ୱତନ୍ତ୍ର ବାରିଗେଟ କରାଯାଇଛି।

Leave A Reply

Your email address will not be published.