ଆଜିଠୁ ଆହୁରି ବଢିବ ଥଣ୍ଡା : ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ

କମିବ ତାତି, ବଢିବ ଥଣ୍ଡା। ଆଜିଠୁ ରାଜ୍ୟରେ ବଦଳିବ ପାଗ। ସ୍ବାଭାବିକଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ। ଫଳରେ ସାରା ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭୁବନେଶ୍ୱର (କେନ୍ୟୁଜ): କମିବ ତାତି, ବଢିବ ଥଣ୍ଡା। ଆଜିଠୁ ରାଜ୍ୟରେ ବଦଳିବ ପାଗ। ସ୍ବାଭାବିକଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ। ଫଳରେ ସାରା ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମା ଝଡ଼ର ପ୍ରଭାବ ଓ ଓଡ଼ିଶାକୁ ପ୍ରବେଶ କରୁଥିବା ଗରମ ଶୁଷ୍କ ବାୟୁ ପ୍ରବାହ କମିବ। ଏହାସହ ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବାକୁ ଯାଉଛି। ଯାହାର ପ୍ରଭାବରେ ରାଜ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବାହ ବଢ଼ିବ। ଏହାର ପ୍ରଭାବରେ ସାରା ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ। ବିଶେଷକରି କୋରାପୁଟ, ରାୟଗଡ଼ା, କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ଶୀତ ବଢ଼ିବ।

ସେପଟେ ଶୀତ ବସ୍ତ୍ର ବଜାରରେ ବିକ୍ରିବଟା ଆରମ୍ଭ ହୋଇଯାଇଛି । ମୋଜା, ସ୍ୱେଟର୍ ଓ ମଫଲର୍ ଭଳିକି ଭଳି ଟୋପି, ଜ୍ୟାକେଟ, ଚାଦର ଓ କମ୍ବଳ ଆଉ ତା ସାଙ୍ଗକୁ ଷ୍ଟାଇଲିସ୍ ହ୍ୟାଣ୍ଡଗ୍ଲୋବ୍ସ । ରାଜ୍ୟର ବିଭିନ୍ନ ସ୍ଥାନରେ ଏମିତି ଆକର୍ଷଣୀୟ ଶୀତ ବସ୍ତ୍ର ନେବାକୁ ଗ୍ରାହକଙ୍କ ଚାହିଦା ବଢୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.