ଆଜିଠୁ୨ ଦିନିଆ ମିଲେଟ ଅନ୍ତର୍ଜାତୀୟ ସମ୍ମିଳନୀ, ଦେଶ ବିଦେଶରୁ ସାମିଲ ହେବେ ୩୦୦ ପ୍ରତିନିଧି

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିରଣ ବିଭାଗ ଦ୍ଵାରା ଆଜିଠୁ ମିଲେଟ ସମ୍ବନ୍ଧୀୟ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ । ଭୁବନେଶ୍ବର ଜନତା ମଇଦାନରେ ଆଜି ଓ ଆସନ୍ତାକାଲି ସମ୍ମିଳନୀ ଅନୁଷ୍ଠତ ହେବ। ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତବର୍ଷ ଠାରୁ ନଭେମ୍ବର ୧୦ ତାରିଖକୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିରଣ ବିଭାଗ ଦ୍ଵାରା ଆଜିଠୁ ମିଲେଟ ସମ୍ବନ୍ଧୀୟ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ । ଭୁବନେଶ୍ବର ଜନତା ମଇଦାନରେ ଆଜି ଓ ଆସନ୍ତାକାଲି ସମ୍ମିଳନୀ ଅନୁଷ୍ଠତ ହେବ। ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତବର୍ଷ ଠାରୁ ନଭେମ୍ବର ୧୦ ତାରିଖକୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି। ମାଣ୍ଡିଆ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଏଥିପ୍ରତି ଜନ ସଚେତନତା ବୃଦ୍ଧି କରିବା ନିମନ୍ତେ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହେଉଛି।

ସମ୍ମିଳନୀରେ ୩୦ ଜିଲ୍ଲାରୁ ମାଣ୍ଡିଆ ଚାଷୀଙ୍କ ସହ ଦେଶ ଓ ବିଦେଶରୁ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୩୦୦ ପ୍ରତିନିଧି ଯୋଗଦେବେ । ଓଡ଼ିଶାରେ ମାଣ୍ଡିଆ ଉପରେ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ ସାରା ଭାରତରେ ପ୍ରଥମ। ଏବେ ଧାନ ପରି ମିଲେଟରେ ମଧ୍ୟ ଏମଏସପି ଦିଆଯାଉଛି। ୨ ଲକ୍ଷ ୬୦ ହଜାର ହେକ୍ଟରରେ ଏବେ ଚାଷ ହେଉଛି। ଆଦିବାସୀଙ୍କ ପାଇଁ ଏହା ବଡ଼ ରୋଜଗାର ହୋଇଛି। ରାଜ୍ୟର ମଡେଲକୁ ନୀତି ଆୟୋଗ ଗ୍ରହଣ କରି ଅନ୍ୟ ରାଜ୍ୟକୁ କରିବାକୁ କହିଛି। ଏହାକୁ ଅନ୍ତର୍ଜାତୀୟ ସ୍ଥରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ।

You might also like