ଅଧିକ୍ଷଣ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା, ବିଭିନ୍ନ ସ୍ଥାନରେ ରହିଛି ୪ଟି ପ୍ଲଟ ଓ ୩ଟି କୋଠା

ଭୁବନେଶ୍ବର ଜନସ୍ବାସ୍ଥ୍ୟ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଟେରା। ଘରୁ ଜବତ ହୋଇଛି ନଗଦ ୨ ଲକ୍ଷ ୧୬ ହଜାର ଟଙ୍କା ।

କେନ୍ୟୁଜ୍(ବ୍ୟୁରୋ):   ଅଧିକ୍ଷଣ ଯନ୍ତ୍ରୀଙ୍କ ଅମାପ ସଂପତ୍ତି। ଭୁବନେଶ୍ବର ଜନସ୍ବାସ୍ଥ୍ୟ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଟେରା। ଘରୁ ଜବତ ହୋଇଛି ନଗଦ ୨ ଲକ୍ଷ ୧୬ ହଜାର ଟଙ୍କା । ୫୧ ଲକ୍ଷ ଟଙ୍କାର ବିଭିନ୍ନ ବୀମା ରହିଛି। ବିଭିନ୍ନ ସ୍ଥାନରେ ରହିଛି ୪ଟି ପ୍ଲଟ ଓ ୩ଟି କୋଠା। ଭୁବନେଶ୍ବର ରୁଦ୍ରପୁରରେ ରହିଛି ୩୯ଲକ୍ଷ ଟଙ୍କାର କୋଠା। ଭିଏସଏସ ନଗରରେ ମଧ୍ୟ ଏକ କୋଠା ରହିଛି। ୨ଟି ବାଇକ ଓ କାର ମଧ୍ୟ ଜବତ କରିଛି ଭିଜିଲାନ୍ସ।

ରାସ୍ତା କଡ଼ ଜମି କିଣିବା ଓ ବଡ ବଡ ଘର କରିବା ବିଶ୍ବବନ୍ଧୁଙ୍କ ସଉକ ଥିଲା। ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘରେ ଚଢଉ ହୋଇଛି । ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ଭଦ୍ରକ ମଠ ସାହିସ୍ଥିତ ଘର ଓ ପୈତୃକ ଗାଁ ତୋରଣପଡ଼ା ଘରେ ମଧ୍ୟ ଚଢାଉ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.