Below header

ବିଜେପିରେ ମିଶିଲେ ପୂର୍ବତନ IRS ଅଧିକାରୀ ସମ୍ବିତ ତ୍ରିପାଠୀ

କେନ୍ଦ୍ର ସରକାରଙ୍କ ୪ଟି ଭିନ୍ନ ଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ କାର୍ଯ୍ୟ କରି ଅଭିଜ୍ଞତା ହାସଲ କରିଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ବିଜେପିରେ ମିଶିଲେ ପୂର୍ବତନ IRS ଅଧିକାରୀ ସମ୍ବିତ ତ୍ରିପାଠୀ । ତାଙ୍କ ଘର କଟକ ଜିଲ୍ଲା ବଡ଼ମ୍ବାର କୃଷ୍ଣଚନ୍ଦ୍ରପୁରରେ । ସମ୍ବିତ ତ୍ରିପାଠୀ ୧୯୯୮ ବ୍ୟାଚର IRS ଅଫିସର । କେନ୍ଦ୍ର ସରକାରଙ୍କ ୪ଟି ଭିନ୍ନ ଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ କାର୍ଯ୍ୟ କରି ଅଭିଜ୍ଞତା ହାସଲ କରିଛନ୍ତି ।

୨୦୧୪ରୁ ୨୦୧୯ ଯାଏ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ପେଟ୍ରୋଲିୟମ ମନ୍ତ୍ରୀ ଥିଲେ ସେତେବେଳେ ତାଙ୍କର ଓଏସଡି ଏବଂ ପିଏସ୍ ଭାବରେ କାର୍ଯ୍ୟ କରିଥିଲେ ସମ୍ବିତ ତ୍ରିପାଠୀ । ୨୨ ବର୍ଷରୁ ଅଧିକ ସରକାରୀ ଚାକିରି କରିବା ପରେ ଇନକମ-ଟ୍ୟାକ୍ସ କମିଶନର ଭାବରେ କାର୍ଯ୍ୟ କରୁଥିବା ସମୟରେ ସମାଜସେବା କରିବା ପାଇଁ ସ୍ୱେଚ୍ଛାକୃତ ଅବସର-ଭିଆରଏସ୍ ନେଇଥିଲେ । ଏବେ ସେ ବିଜେପିରେ ମିଶି ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି ।

ବିଜେପିରେ ମିଶିଲେ ବିଜେଡ଼ି ରୁ ବହିଷ୍କୃତ ରଘୁରାମ ମାଛ। ୩ ଦିନ ତଳେ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା ବିଜେଡି। ଦଳ ବିରୋଧୀ କାମ ପାଇଁ ନିଲମ୍ବିତ କରିଥିଲେ ଦଳ। ୨୦୧୪ରେ କୋରାପୁଟର ବିଜେଡି ବିଧାୟକ ପ୍ରାର୍ଥୀ ଥିଲେ ରଘୁରାମ। ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏହା ସହ ଜୟପୁର ନିର୍ବାଚନ ମଣ୍ଡଳୀର ହିମାଂଶୁ ମହାପାତ୍ର ମଧ୍ୟ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ରାଜକନିକା ରାଜା ପରିବାରର ରାଣୀ ଦୁର୍ଗା ଦେବୀ ମଧ୍ୟ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.