ନଭେମ୍ବର ୨୨ରୁ ବିଧାନସଭା ଆଗରେ ଧାରଣାରେ ବସିବେ ବସ୍ ମାଲିକ ସଂଘ

ଦାବି ପୂରଣ ନ ହେଲେ ଡିସେମ୍ବର ୧ରୁ ବସ ଧର୍ମଘଟ କରାଯିବ ବୋଲି ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଛି । ଆଜି ଭବାନୀପାଟଣା ଠାରେ ଅଲ ଓଡିଶା ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି

କେନ୍ୟୁଜ୍(ବ୍ୟୁରୋ): ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଘରୋଇ ବସ ଧର୍ମଘଟ ଚେତାବନୀ। ନଭେମ୍ବର ୨୨ରୁ ବିଧାନସଭା ଆଗରେ ଧାରଣାରେ ବସିବେ ବସ୍ ମାଲିକ ସଂଘ । ଦାବି ପୂରଣ ନ ହେଲେ ଡିସେମ୍ବର ୧ରୁ ବସ ଧର୍ମଘଟ କରାଯିବ ବୋଲି ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଛି । ଆଜି ଭବାନୀପାଟଣା ଠାରେ ଅଲ ଓଡିଶା ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ୩୦ଟି ଜିଲ୍ଲା ର ସବୁ ଘରୋଇ ବସ ମାଲିକ ସଂଘ କର୍ମକର୍ତ୍ତା ଯୋଗ ଦେଇଥିଲେ । ଲକ୍ଷ୍ମୀ ବସ ଯୋଜନାରେ ବସ ଚଳାଚଳ ସଂପର୍କରେ ଗୁରୁତ୍ବପୂର୍ଣ ଆଲୋଚନା ହୋଇଛି । ଆସନ୍ତା ୨୨ ତାରିଖରୁ ୩୦ ତାରିଖ ଯାଏ ବିଧାନ ସଭା ଆଗରେ ଧାରଣା ଦେବ ସଂଘ । ଯଦି ଏହା ପରେ ମଧ୍ୟ ସରକାର ଦାବି ନ ଶୁଣନ୍ତି ତେବେ ଆସନ୍ତା ଡିସେମ୍ବର ୧ରେ ରାଜ୍ୟବ୍ୟାପୀ ଧର୍ମଘଟ ଚେତାବନୀ ଦେଇଛି ସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.