ବିଗ୍ ବସ୍ରେ ପ୍ରତିଯୋଗୀଙ୍କ ଭବିଷ୍ୟବାଣୀ: ୨୦୨୫ରେ ଯାଆଁଳା ଛୁଆଙ୍କୁ ଜନ୍ମ ଦେବେ ଅଙ୍କିତା ଲୋଖଣ୍ଡେ!
ପବିତ୍ର ରିସ୍ତା ଫେମ୍ ଅଙ୍କିତା ଲୋଖଣ୍ଡେ ଓ ତାଙ୍କ ସ୍ୱାମୀ ଭିକି ଜୈନଙ୍କୁ ବିଗ୍ ବସ୍ ୧୭ରେ ଲୋକଙ୍କଠାରୁ ଖୁବ୍ ଭଲ ପାଇବା ମିଳୁଛି। ଦୁହେଁ ବିଗ୍ ବିସ୍ ହାଉସ୍ରେ କେତେବେଳେ ରୋମାନ୍ସ କରୁଥିବାର ତ କେତେବେଳେ ଝଗଡ଼ା କରୁଥିବାର ନଜର ଆସୁଛନ୍ତି।

ପବିତ୍ର ରିସ୍ତା ଫେମ୍ ଅଙ୍କିତା ଲୋଖଣ୍ଡେ ଓ ତାଙ୍କ ସ୍ୱାମୀ ଭିକି ଜୈନଙ୍କୁ ବିଗ୍ ବସ୍ ୧୭ରେ ଲୋକଙ୍କଠାରୁ ଖୁବ୍ ଭଲ ପାଇବା ମିଳୁଛି। ଦୁହେଁ ବିଗ୍ ବିସ୍ ହାଉସ୍ରେ କେତେବେଳେ ରୋମାନ୍ସ କରୁଥିବାର ତ କେତେବେଳେ ଝଗଡ଼ା କରୁଥିବାର ନଜର ଆସୁଛନ୍ତି। ନିକଟରେ ଲାଇଭ୍ ଷ୍ଟ୍ରିମରେ ତହଲକା ଓରଫ୍ ସନି ଆର୍ଯ୍ୟ ଘରର ସଦସ୍ୟମାନଙ୍କ ସହ ବସି ସେମାନଙ୍କ ଭବିଷ୍ୟତ ବିଷୟରେ କଥା ହୋଇଥିବା ଦେଖିବାକୁ ମିଳିଥିଲା।
ମନ୍ନାରା ଚୋପ୍ରାଙ୍କ କ୍ୟାରିୟର ବିଷୟରେ କହିବା ପରେ ସନି ଭିକିଙ୍କ ବିଷୟରେ କହିଥିଲେ। ସେ କହିଥିଲେ ଯେ ଭିକିଙ୍କର କେବଳ ଦୁଇଜଣ ଅତି ଘନିଷ୍ଠ ବନ୍ଧୁ ଅଛନ୍ତି। ଅଙ୍କିତାଙ୍କ ପୂର୍ବରୁ ସେ ସେମାନଙ୍କ ସହିତ ନିଜ ଜୀବନ ବିଷୟରେ ସବୁକିଛି ସେୟାର କରୁଥିଲେ। ଏହାପରେ ଅଙ୍କିତା ସନିଙ୍କ ସାମ୍ନାରେ ବସି ନିଜ ଭବିଷ୍ୟତ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ।
ସନି ଖୁଲାସା କରିଥିଲେ ଯେ ଅଭିନେତ୍ରୀଙ୍କୁ ଜୋତା ବହୁତ ପସନ୍ଦ। ତାଙ୍କର ଲକି ନମ୍ବର ୪ ଓ ୭। ଏହାପରେ ଅଙ୍କିତା ତାଙ୍କୁ ଆଗାମୀ ବର୍ଷ ବିଷୟରେ ପଚାରିଥିଲେ। ସନି କହିଥିଲେ, ଆପଣଙ୍କ ପରବର୍ତ୍ତୀ ବର୍ଷ ବହୁତ ଶୁଭ ହେବାକୁ ଯାଉଛି। ଆପଣ ସନ୍ତାନ ପ୍ଲାନ୍ କରୁଛନ୍ତି ଏବଂ ବହୁତ ଜଲ୍ଦି ଆପଣଙ୍କ କୋଳକୁ ଏକ ଝିଅ ସନ୍ତାନ ଆସିପାରେ। ଏହା ବ୍ୟତୀତ ଆପଣଙ୍କୁ ଏକ ବଡ଼ ପ୍ରୋଜେକ୍ଟ ମଧ୍ୟ ମିଳିପାରେ।
ପୁଣି ସନି କୁହନ୍ତି, ସେ ଫେସ୍ ରିଡିଂ କରନ୍ତି। ଏହାପରେ ସେ ଭବିଷ୍ୟବାଣୀ କରି କହିଥିଲେ କି, ଆପଣ ୨୦୨୫ରେ ଯାଆଁଳା ଶିଶୁ ଜନ୍ମ ଦେବେ, ଯାହା ଶୁଣି ଅଙ୍କିତା ବହୁତ ଖୁସି ହୋଇଥିଲେ।